ପାର୍ବଣ ଭିଡ ରେ ବଢିପାରେ ସଂକ୍ରମଣ : କଡା ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ

ପାର୍ବଣ ସମୟ ରେ ବଜାର ଘାଟ ରେ ଭିଡ଼ ଜମାଇଲେ ବଢିପାରେ କରୋନା ସଂକ୍ରମଣ । ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ Iତେଣୁ କୋଭିଡ କଟକଣା କୁ କଡ଼ାକଡ଼ି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି । ବିଶେଷ କରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ର ନଜର ରହିବ । ଏହାଛଡ଼ା ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବ। ଏବେ ଦୈନିକ ଟେଷ୍ଟିଂ ୬୦ ରୁ ୭୦ ହଜାର କରାଯାଉଛି । ତାହା ଜାରି ରହିବ । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି । ତେଣୁ ଏଠାକାର ଲୋକମାନେ ଅଧିକ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନିତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରାଇଛନ୍ତି। ତେଣୁ ଆମେ ତାହାକୁ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ରାଜ୍ୟ ରେ କରନା ସଂକ୍ରମଣ ପାଖାପାଖି ୫୦୦ ତଳକୁ ରହୁଛି ଇ କିନ୍ତୁ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବରେ ଖୋର୍ଦ୍ଧ। ଜିଲ୍ଲା ସର୍ବାଗ୍ରେ ରହୁଥିବାରୁ ଦୁର୍ଗାପୂଜା ଭିଡ଼କୁ ଏଡ଼ାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ନଜର ରଖିବ ବୋଲି ଏହାର ନିର୍ଦ୍ଦେଶକ ଡା:ବିଜୟ କୁମାର ମହାପାତ୍ର କହିଛନ୍ତି I

Comments (0)
Add Comment