ପୁଣି କମିଲା ସଂକ୍ରମଣ : ରାଜ୍ୟରୁ ୪୮୪୩ ଜଣ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ନୂଆ ବର୍ଷ ଠାରୁ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବାବେଳେ, ନିର୍ବାଚନ ଋତୁ ପାଖେଇ ଆସିବାରୁ ସେହି ଅନୁପାତରେ ସଂକ୍ରମଣ ଖସି ଖସି ଯାଉଛି I ଆଜି ଦ୍ଵିତୀୟ ଦିନ ପାଇଁ ରାଜ୍ୟରେ ସଂକ୍ରମିତ ଙ୍କ ସଂଖ୍ୟା ୫ ହଜାର ତଳକୁ ରହିଛି ଇ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୮୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୨୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୬୬୩ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୮୪ ହଜାର ୧୭୪ ରହିଥିବା ବେଳେ ୫୩ ହଜାର ୯୦ ଜଣ ଚିକିତ୍ସିତ ହେଉଛନ୍ତି । ପ୍ରତି ଥର ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment