ବାଣ ଧୂଆଁ ରୁ ବଢିପାରେ ସଂକ୍ରମଣ:ସତର୍କ କରାଇଲେ ଡିଏମ୍‌ଇଟି

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ କରିଛି I ରାଜ୍ୟ ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ପାର୍ବଣ ସମୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି। ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ। ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ଟାକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ। ଯାହାକି କ୍ଷତିକାରକ ବୋଲି ଡାକ୍ତର ମହାନ୍ତି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଷ୍ଟଡି କହୁଛି- ବାଣ ଫୁଟାଇଲେ ନାଇଟ୍ରିକ୍‌ ଡାଇଅକ୍ସାଇଡ୍‌ ବାହାରିଥାଏ। ଯାହାକି କରୋନା ଭୂତାଣୁ ବୃଦ୍ଧିରେ ସାହାଯ୍ୟ କରିଥାଏ। ତେଣୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ମାନିଲେ କରୋନା ନିୟନ୍ତ୍ରଣରେ ରହିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।
ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍‌ ସ୍ଥିତି ଭଲ ରହିଛି। କିଛିଦିନ ହେଲାଣି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି। କିନ୍ତୁ ବ୍ୟସ୍ତ ହେବାର ନାହିଁ। ଆମର ହସ୍ପିଟାଲରେ ଆଡ଼ମିସନ ବଢୁନାହିଁ। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁନାହିଁ। ତେବେ ହଠାତ୍‌ ସଂକ୍ରମଣ କାହିଁକି ବଢ଼ୁଛି? ତାହା ଉପରେ ତର୍ଜମା ଚାଲୁଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି। ଦୁର୍ଗାରେପୁଜା ସମୟରେ ସଂକ୍ରମଣ ସେହିଭଳି ଵ୍ୟାପୀନାହିଁ I ଆଗକୁ ଆସୁଥିବା ଦୀପାବଳି ଆସୁଥିବାରୁ ଆମକୁ କୋଭିଡ ଗାଇଡଲାଇନ ଭିତରେ ସର୍ତର୍କ ହୋଇ ରହିବାକୁ ପଡିବ ତା ହେଲେ ଆଉ କିଛି ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ସଂକ୍ରମଣ ମୁକ୍ତ ହେଇପାରିବା I

Comments (0)
Add Comment