ଚୀନ କୁ ଭାରତ ର କଡା ଜବାବ : ଗଲଓ୍ଵାନ ଘାଟିରେ ଭାରତୀୟ ସେନା ଉଡାଇଲା ତ୍ରିରଙ୍ଗା

ଚୀନ କୁ ମୁହଁତୋଡ ଜବାବ ଦେଇଛି ଭାରତ I ଚୀନ କୁ ନାଲି ଆଖି ଦେଖାଇ ଗଲୱାନ୍ ଘାଟିରେ ତ୍ରିରଙ୍ଗା ଉଡାଇଲା ଭାରତୀୟ ସେନା I ପୂର୍ବଲଦାଖର ଗଲୱାନ ଉପତ୍ୟାକାରେ ନୂଆ ବର୍ଷ ଦିନ ଉଡ଼ଛି ଜାତୀୟ ପତାକା । ଏନେଇ ଫଟୋ ସହ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ। ଦିନକ ପୂର୍ବରୁ ଗଲୱାନ ଭେଲିରେ ଚୀନ ସେନା ପକ୍ଷରୁ ସେମାନଙ୍କ ପତାକା ଉଡ଼ା ଯାଇଥିବା ସେଠାକାର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।
ଆଉ ଏହା ପରେ ଉପରୋକ୍ତ ଚିତ୍ର ସାମ୍ନାକୁ ଆସିଛି। ତେବେ ଚୀନର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓକୁ ନେଇ ଭାରତୀୟ ସେନା ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ଭାରତ ଓ ଚୀନ ମଧ୍ୟରେ ସ୍ଥିରିକୃତ ସୀମାରେଖାକୁ ଚୀନ ସେନା ଉଲଂଘନ କରିଥିବା ସେନା କହିଛି। ୨୦୨୦ରେ ଗଲୱାନ ଘାଟିରେ ଭାରତ-ଚୀନ ସୈନ୍ୟ ମୁହାମୁହିଁ ହୋଇ ଭୟଙ୍କର ସଂଘର୍ଷର ରୂପ ନେଇଥିଲା। ଏହା ପରେ ବହୁ ବାର ଉଭୟ ଦେଶ ମଧ୍ୟରେ କୂଟନୀତିକ ଏବଂ ସାମରିକସ୍ତରରେ ବୈଠକ ହୋଇ ସମାଧାନ ପାଇଁ ଉଦ୍ୟମ କରାଯାଇଛି। ଏହା ପରେ ବିବାଦୀୟ ସ୍ଥାନରୁ ଚୀନ ପଛକୁ ହଟିଥିଲା। ଅପରପକ୍ଷରେ ଚୀନର ଆଧିପତ୍ୟ ବିସ୍ତାର ନୀତିକୁ ଏବେ ଆଉ ଚିତ୍ର ପଦାକୁ ଆସିଛି। ବିବାଦୀୟ ସୀମା ଏଲଏସିରେ ପାଙ୍ଗୋଙ୍ଗ ହ୍ରଦରେ ଚୀନ ସେତୁ ନିର୍ମାଣ କରୁଥିବା ଜଣାପଡ଼ିବା ପରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।

Comments (0)
Add Comment