ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ‘ହୁ’ ର ମାନ୍ୟତା

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ସେହିପରି କୋଭାକ୍ସିନଟିକା ନେଇଥିବା ଲୋକଙ୍କ ବିଦେଶ ଗସ୍ତ ସମୟରେ ଲଗାଉଥିବା କଟକଣା ଜନିତ ସମସ୍ୟା ରୁ ମିଳିବ ଆଶ୍ବସ୍ତି I ହୁ’ କୋଭାକ୍ସିନକୁ ମାନ୍ୟତା ଦେବା ପୂର୍ବରୁ ଭାରତ ବାୟୋଟେକ ଟିକାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା। ହୁ’ ଏହା ଉପରେ ସମୀକ୍ଷା କରିବା ପରେ ଶେଷରେ କୋଭାକ୍ସିନକୁ ଅନୁମତି ଦେଇଛି।
ପୂର୍ବରୁ ଅକ୍ଟୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଧ୍ୟ ମଗାଯାଇଥିଲା। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ଆରମ୍ଭ କରିଥିଲା। ଏହି ବୈଠକରେ କୋଭାକ୍ସିନକୁ ଅନୁମିଳି ମିଳିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ କୋଭାକ୍ସିନ ନେଇଥିବା ଭାରତୀୟଂକୁ ମାନ୍ୟତା ଦେଇଥିଲା I

Comments (0)
Add Comment