୨୧ ବର୍ଷ ପରେ ଭାରତୀୟ ଲଳନା ପିନ୍ଧିଲେ ମିସ ୟୁନିଭର୍ସ -୨୦୨୧ ମୁକୁଟ :ଟ୍ୱିଟ କରି ଶୁଭକାମନା ଜଣାଇଲେ ପ୍ରଧାନ ମନ୍ତ୍ରୀ

ଦୀର୍ଘ ୨୧ ବର୍ଷ ପରେ ବ୍ରହ୍ମାଣ୍ଡ ସୁନ୍ଦରୀ (ମିସ ୟୁନିଭର୍ସ) -୨୦୨୧ ମୁକୁଟ ପିନ୍ଧିଛନ୍ତି ଭାରତୀୟ ସୁନ୍ଦରୀ ହରନାଜ ସIନ୍ଧୁ। ଏହି ମୁକୁଟ ଜିତିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଁଛନ୍ତି ଯେ, ମିସ ୟୁନିଭର୍ସ ମୁକୁଟ ଜିତିଥିବାରୁ ହରନାଜ ସନ୍ଧୁଙ୍କୁ ହାର୍ଦ୍ଦିକ ଶୁଭକାମନା I ସ୍ରାଇଲରେ ଆୟୋଜିତ ହୋଇଥିବା ଏହି ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ହରନାଜ ସନ୍ଧୁ ମିସ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି। ପୂର୍ବରୁ ଗତ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ ବିଜୟୀ ହୋଇଥିଲେ । ଏହି ବିଜୟ ଫଳରେ ହରନାଜ୍ ୭୦ତମ ମିସ୍ ୟୁନିଭର୍ସ ଟାଇଟଲ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ ନିଜ ନାମରେ ରଖିବାରେ ସକ୍ଷମ ହୋଇଛି । ପାରାଗୁଏର ୨୨ ବର୍ଷୀୟା ନାଦିଆ ଫରେରା ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟା ଲାଲେଲା ମସୱାନେ ତୃତୀୟ ସ୍ଥାନରେ ରହିଛନ୍ତି ।

ମୁକୁଟ ଜିତିଥିବାରୁ ହରନାଜ ସନ୍ଧୁଙ୍କୁ ସାରା ଦେଶରୁ ଶୁଭକାମନା ମିଳୁଛି।। ଭବିଷ୍ୟତ ପାଇଁ ତାଙ୍କୁ ଅନେକ ଅନେକ ଶୁଭକାମନା। ମୋଦିଙ୍କ ଏହି ଟ୍ୱିଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଲୋକେ ଏଥିରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

Comments (0)
Add Comment