ମୁମ୍ବାଇ ବନ୍ଦରରେ ପହଞ୍ଚିଲା ଭାରତୀୟ ଜାହାଜ ‘ଗ୍ରୀନ୍ ଆଶା’, ସାଙ୍ଗରେ ଆଣିଛି ୧୫ ହଜାର ଟନ୍ ଏଲପିଜି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନ-ଇସ୍ରାଏଲ ବିବାଦ ଯୋଗୁଁ ସୃଷ୍ଟ ଶକ୍ତି ସଙ୍କଟ ମଧ୍ୟରେ ଭାରତୀୟ ପତାକାଧାରୀ ତୈଳ ଟ୍ୟାଙ୍କର୍ “ଗ୍ରୀନ୍ ଆଶା” ସଫଳତାର ସହ ମୁମ୍ବାଇରେ ପହଞ୍ଚିଛି। ପ୍ରାୟ ୧୫,୪୦୦ ଟନ୍ ଏଲପିଜି (LPG) ଧରି ଏହି ଜାହାଜଟି ନଭି ମୁମ୍ବାଇସ୍ଥିତ ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷ (JNPA)ରେ ଲଙ୍ଗର ପକାଇଛି। ଯୁଦ୍ଧ ଭୟ ମଧ୍ୟରେ ଅତ୍ୟନ୍ତ ସମ୍ବେଦନଶୀଳ କୁହାଯାଉଥିବା ହରମୁଜ୍ ପ୍ରଣାଳୀ ପାର ହୋଇ ଏହି ଭାରତୀୟ ଜାହାଜ ନିରାପଦରେ ସ୍ୱଦେଶ ଫେରିଛି। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ହେବା ପରେ ସାମୁଦ୍ରିକ ପରିବହନ ସ୍ୱାଭାବିକ ହେବାରେ ଲାଗିଛି। ଇରାନ ପକ୍ଷରୁ ହରମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ପରେ ଆଗାମୀ ଦିନରେ ଆହୁରି ଅନେକ ଗ୍ୟାସ ଓ ତୈଳବାହୀ ଜାହାଜ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି।

bringing 15Indian ship 'Green Asha' arrives at Mumbai port