ଭାରତ ର ପ୍ରଧାନ ମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଆଲୋଚନା କଲେ

ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଭୟାବହ ହେଉଥିବା ବେଳେ ଏହାକୁ ଏଡ଼ାଇବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଙ୍କ ସହିତ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି I ଏ ସଂକ୍ରାନ୍ତ ରେ ପ୍ରାୟ ୨୫ ମିନିଟ ଧରି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୁଷ ଏବଂ ନାଟୋ ମଧ୍ୟରେ ଥିବା ମତପାର୍ଥକ୍ୟ କେବଳ ସଚ୍ଚୋଟ ଏବଂ ଆନ୍ତରିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ। ଏହି ଅବସରରେ ତୁରନ୍ତ ହିଂସା ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହ ହିଂସାର ପଥ ଛାଡିବାକୁ ପୁଟିନଙ୍କୁ ଅପିଲ କରିଛନ୍ତି ମୋଦି । ଏଥିସହ କୂଟନୀତି ଆଧାରରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କୁ ମନ୍ତ୍ର ଦେଲେ ମୋଦି ।ଟେଲିଫୋନ ଜରିଆରେ ହୋଇଥିବା ଆଲୋଚନା କାଳରେ ୟୁକ୍ରେନରେ ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ସେମାନଙ୍କୁ ନିରାପଦ ଭାବେ ସ୍ବଦେଶ ଫେରାଇ ଆଣିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।