୪୧ ବର୍ଷ ପରେ ସେମିରେ ଭାରତୀୟ ହକି ତାରକା

ଇତିହାସର ପୁନରାବୃତ୍ତି ଦୋହରାଇବା ଲକ୍ଷ୍ୟରେ ଭାରତୀୟ ହକି ଟିମ ,କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ଭାରତୀୟ ପୁରୁଷ ହକି ଦଳ ପୁଲ୍‌ ପର୍ଯ୍ୟାୟରେ ବେଶ୍‌ ଉନ୍ନତ ପ୍ରଦର୍ଶନ କରି ୫ ଟିରୁ ୪ଟି ମ୍ୟାଚ୍‌ ଜିତି ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟରକୁ ଉନ୍ନୀତ ହୋଇଥିଲା । କ୍ୱାର୍ଟରରେ ଗ୍ରେଟ୍‌ ବ୍ରିଟେନ ସହ ମୁକାବିଲା ହେବ । ପୁଲ୍‌ ପର୍ଯ୍ୟାୟରେ ବ୍ରିଟେନ ମାତ୍ର ୨ଟି ମ୍ୟାଚ୍‌ ଜିତିଥିଲା । ପ୍ରଦର୍ଶନ ଓ ବିଶ୍ୱ ମାନ୍ୟତା ଅନୁସାରେ ଏହି ମ୍ୟାଚ୍‌ରେ ଭାରତ ଦାବିଦାର ରହିଛି ।

ମହିଳା ହକି ଦଳ ଆୟାର୍ଲାଣ୍ଡର ପରାଜୟ କାରଣରୁ କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଭାରତୀୟ ପୁରୁଷ ଦଳ କିନ୍ତୁ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ବିଗତ ୪୧ ବର୍ଷ ଧରି ଏହା ସେମିରେ ପ୍ରବେଶ କରିପାରି ନାହିଁ । ୧୯୮୦ରେ ଶେଷ ଥର ପାଇଁ ପୁରୁଷ ଦଳ ପଦକ ବିଜୟୀ ହୋଇଥିବା ବେଳେ ୧୯୮୪ରେ ଏହା ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ।

Comments (0)
Add Comment