‘ଓମିକ୍ରନ୍’ ସଂକ୍ରମଣ ପାଇଁ ଭାରତୀୟ କ୍ରିକେଟ୍ ଦଳ ର ଦକ୍ଷିଣ ଆଫ୍ରିକା ଗସ୍ତ ବିଳମ୍ବ ହେଇପାରେ

ଓମିକ୍ରନ୍ ସଂକ୍ରମଣ ର ଭୟ ପାଇଁ ଚଳିତ ମାସ ୧୭ ତାରିଖର ଭାରତୀୟ କ୍ରିକେଟ ଦଳ ର ଦକ୍ଷିଣ ଆଫ୍ରିକା ଗସ୍ତକୁ ସାମୟିକ ସ୍ଥଗିତ ରଖାଯାଇ ପାରେ I ବିସିସିଆଇ ପକ୍ଷରୁ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ସପ୍ତାହେ ଘୁଞ୍ଚାଇବା ପାଇଁ ସ୍ଥିର କରାଯାଇଥିବା କ୍ରିକେଟ୍ ବୋର୍ଡର ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି I କାରଣ ଗତ କିଛି ଦିନ ମଧ୍ୟରେ,ଦକ୍ଷିଣ ଆଫ୍ରିକା ରେ ଓମିକ୍ରନ୍ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଭାରତୀୟ କ୍ରିକେଟ୍ ଦଳକୁ ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ପଡିବ। ଏଣୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନ୍ କାରଣରୁ ଆମେ ଏକ ସପ୍ତାହ ବିଳମ୍ବରେ ସିରିଜ୍ ଆରମ୍ଭ କରିବାକୁ ଚିନ୍ତା କରୁଛୁ, ଏହି ପ୍ରସଙ୍ଗରେ ଆମେ ଭାରତ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛୁ।
ବୋର୍ଡଗୁଡ଼ିକ ପରସ୍ପର ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି, ପ୍ରାୟ ସମସ୍ତ ପଏଣ୍ଟ ଉପରେ ଆଲୋଚନା କରାଯାଇଛି, ଆମ ପାଇଁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଏଯାଏ ୨୪ଟି ଦେଶରେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇ ସାରିଲାଣି। ଏହା ଅଧିକ ମାରାତ୍ମକ ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବଢ଼ୁଥିବାରୁ ଏକାଧିକ ରାଷ୍ଟ୍ର ସେଠାରୁ ଓ ସେଠାକୁ ବିମାନ ସେବା ବନ୍ଦ କରିଛନ୍ତି।
ସୂଚନା ଅନୁସାରେ ଆସନ୍ତା ୨୦୨୨ ଜାନୁଆରୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କ୍ରିକେଟ୍ ସିରିଜ୍ ଖେଳାଯିବ। ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ତିନୋଟି ଟେଷ୍ଟ, ତିନୋଟି ODI ଏବଂ ଚାରି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଭାରତୀୟ କ୍ରିକେଟ୍ ଦଳ ୧୭ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ବୋଲି ଚୂଡାନ୍ତ ହୋଇଥିବା ବେଳେ ଆଗକୁ ଏଥିରେ ପରିବର୍ତ୍ତନ ହୋଇପାରେ।

Comments (0)
Add Comment