ରାଜସ୍ଥାନ ନିକଟରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ : ପାଇଲଟ ମୃତ

ରାଜସ୍ଥାନର ଜୈସଲମେର ନିକଟରେ ଭାରତୀୟ ସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଭାରତ-ପାକିସ୍ତାନ ସୀମା ନିକଟରେ ଘଟିଛି। ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
କୁହାଯାଉଛି, ଶୁକ୍ରବାର ସନ୍ଧ୍ୟା ୮ଟା ୩୦ରେ ବିମାନ ଦୁର୍ଘଟଣା ଘଟିଛି। ବିମାନଟି ନିୟମିତ ଉଡାଣରେ ଥିଲା। ଘଟଣାର ସୂଚନା ମିଳିବା ମାତ୍ରେ ବାୟୁସେନାର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜୈସଲମେର ପୋଲିସ ଅଧୀକ୍ଷକ ଅଜୟ ସିଂହ କହିଛନ୍ତି, ବିମାନ ଦୁର୍ଘଟଣା ଜାତୀୟ ପାର୍କ ଅଞ୍ଚଳର ମରୁଭୂମିରେ ଘଟିଛି। ଦୁର୍ଘଟଣାସ୍ଥଳ ସାମ ପୋଲିସ ଅନ୍ତର୍ଗତରେ ଆସୁଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Comments (0)
Add Comment