ନୂଆଦିଲ୍ଲୀ: ଲର୍ଡସରେ ଖେଳା ଯାଇଥିବା ମହିଳା ଟେଷ୍ଟ ରେ ଘରୋଇ ଇଂଲଣ୍ଡକୁ ୨୭୦ ରନରେ ହରାଇ ନୂଆ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ l ଲର୍ଡସ ମୈଦାନରେ ୧୮୮୪ ମସିହାରେ ପ୍ରଥମ ପୁରୁଷ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ଏଯାଏ କେବେ ବି ମହିଳା ଟେଷ୍ଟ ଏଠାରେ ଖେଳା ଯାଇ ନଥିଲା। ଜୁଲାଇ ୧୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ମହିଳା ଟେଷ୍ଟ ଖେଳା ଯାଇଥିଲା ଆଉ ଭାରତୀୟ ଟିମ ଘରୋଇ ଇଂଲଣ୍ଡକୁ ପରାସ୍ତ କରି ଦେଇଛି। ଭାରତ ପାଇଁ ଏହି ଐତିହାସିକ ବିଜୟରେ କ୍ରାନ୍ତି ଗୌର ଏବଂ ଯସ୍ତିକା ଭାଟିଆ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କ୍ରାନ୍ତି ଗୌର ପ୍ରଥମ ଇନିଂସରେ ପାଞ୍ଚ ଉଇକେଟ ନେଇଥିଲେ, ଲର୍ଡସ୍ରେ ଏକ ଟେଷ୍ଟ ମ୍ୟାଚ୍ରେ ଏହି ସଫଳତା ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଥିଲେ। ଟିମ ଇଣ୍ଡିଆ ପୂର୍ବରୁ ୧୧୫ ରନ୍ରେ ଆଗୁଆ ରହିଥିବା ବେଳେ, ଯସ୍ତିକା ଭାଟିଆ ଦ୍ୱିତୀୟ ଇନିଂସ୍ରେ ଏକ ଶତକ କରିଥିଲେ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ଏବଂ ଲର୍ଡସ୍ରେ ମହିଳା ଟେଷ୍ଟ ମ୍ୟାଚ୍ ରେ ପ୍ରଥମ ଶତକ ମଧ୍ୟ ଥିଲା।ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏହି ଐତିହାସିକ ମ୍ୟାଚ୍ରେ ବଡ଼ ବିଜୟ ପରେ ନୂଆ ଇତିହାସ ଲେଖିଛି ଭାରତୀୟ ମହିଳା କ୍ରିକେଟ ଟିମ୍ l