୫ ୱିକେଟରେ ନିଉଜିଲ୍ୟାଣ୍ଡ କୁ ହରାଇ ଭାରତ ର ବିଜୟ ଅଭିଯାନ ଆରମ୍ଭ :ଋଷଭ ପନ୍ତ ମାରିଥିଲେ ବିଜୟ ସଟ୍

ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ ହରାଇ ୧୬୪ ରନ ସ୍କୋର କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ଦୁଇଟି ବଲ ବାକି ରହି ଲକ୍ଷ୍ୟ ହାସଲ କରିଥିଲା। ସୂର୍ଯ୍ୟକୁମାର ଯାଦବ ୬୨ ଏବଂ ରୋହିତ ଶର୍ମା ଭାରତ ପାଇଁ ୪୮ ରନ ସଂଗ୍ରହ କରିଥିଲେ।
ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧ – ୦ ରେ ଆଗୁଆ ରହିଛି I ଏହାପୂର୍ବରୁ ଏକ ସମୟରେ ନ୍ୟୁଜିଲ୍ୟାଣ୍ଡର ଏକ ବଡ଼ ସ୍କୋର ଆଡକୁ ଯାଉଥିବା ବେଳେ ୧୬୪ ରନ୍ ରେ ପାଳି ସମାପ୍ତ କରିଥିଲା ।ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ନିଉଜିଲାଣ୍ଡ ପକ୍ଷରୁ ମାର୍ଟିନ ଗୁପଟିଲ ୭୦ ଏବଂ ମାର୍କ ଚାପମ୍ୟାନ ୬୩ ରନ ଯୋଗଦାନ କରିଥିଲେ ଇ ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ୍ ହରାଇ ୧୬୪ ରନ କରିଥିଲା I ଜବାବରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଭୁବନେଶ୍ୱର କୁମାର ଭାରତ ପାଇଁ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ I ସେହିପରି ଭାରତ ନିର୍ଦ୍ଧାରିତ ଓଭର ପୂର୍ବରୁ ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୬୬ ରନ୍ କରି ବିଜୟୀ ହୋଇଛି। ଏହି ବିଜୟ ସହ ରାହୁଲ୍ ଦ୍ରାବିଡ୍ ଓ ରୋହିତ୍ ଶର୍ମା ଯଥାକ୍ରମେ କ୍ୟାପଟେନ୍ ଓ କୋଚ୍ ଭାବେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

Comments (0)
Add Comment