୨୦ବର୍ଷର ପ୍ରତିଶୋଧ ନେବ ଭାରତ; ଜଣାନ୍ତୁ କଣ କହୁଛି ଭାଗ୍ୟଫଳ

ବିଶ୍ୱକପ୍ ଲଢେଇର ଆଦି ଅନ୍ତିମ ଦିନ । ବିଶ୍ୟ ବିଜେତା ମୁକୁଟ ପାଇଁ ଆଜି ମୁହାଁମୁହିଁ ହେବେ ଭାରତ – ଅଷ୍ଟ୍ରେଲିଆ । ଦୁଇ ଦଳ ମଧ୍ୟରେ ହେବ ମହା ମୁକାବିଲା । ପାଞ୍ଚ ଥର ବିଶ୍ୱବିଜେତା ହୋଇଥିବା କଙ୍ଗାରୁ ଦଳକୁ ଘରୋଇ ମାଟିରେ ମାତ୍ ଦେବାକୁ ପ୍ରସ୍ତୁତ ମେନ୍ ଇନ୍ ବ୍ଲୁ ।

2011 ପରେ 12 ବର୍ଷର ବିଶ୍ୱକପ୍ ବିହୀନ ଯାତ୍ରା ଏବଂ 10 ବ‌ର୍ଷ ଧରି ଆଇସିସି ଟ୍ରଫି ନ ଜିତିବାର ଦୁଃଖକୁ ଦୂର କରିବା ନେଇ ରୋହିତ ସେନା ଉପରେ କ୍ରିକେଟ୍ ପ୍ରେମୀଙ୍କ ଆଶା ରହିଛି । ନିଜ ମାଟିରେ ଲକ୍ଷ ଲକ୍ଷ ଦର୍ଶକଙ୍କ ଆଗରେ ବିଶ୍ୱକପ୍ ଟ୍ରଫି ଉଠାଇବାର ଆଉ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବର୍ତ୍ତମାନ ଭାରତ ଦଳର ହାତ ପାହାନ୍ତାରେ ।

ଆଜିର ଫାଇନାଲ୍ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହେବେ । ବର୍ତ୍ତମାନ ସୁଦ୍ଧା ବିଶ୍ୱକପର ସମସ୍ତ 10 ଟି ମ୍ୟାଚ୍ ରେ ଅପରାଜିତ ରହି ଭାରତୀୟ ଦଳର ମନୋବଳ ବେଶ୍ ଦୃଢ ରହିଛି । ଏପରିକି ଆଜିର ମ୍ୟାଚ୍ ହାତେଇ ବିଶ୍ୱ ବିଜେତାର ତିଲକ ଲଗାଇବା ସହ 20 ବର୍ଷ ପୁରୁଣା ପ୍ରତିଶୋଧ ନେବାର ସୁଯୋଗ ପାଇଛି ଭାରତ । ଏଥର ବିଶ୍ୱକପ୍ ଜିତିଲେ ଭାରତର ଏହା ହେବ ତୃତୀୟ ବିଶ୍ୱକପ୍ । ସେହିପରି 5 ଥର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଦଳ ଏହାର ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ଭାରତ ମାଟିରେ ଘରୋଇ ଦର୍ଶକଙ୍କ ମୁହଁ ଚୁପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କଙ୍ଗାରୁ ଦଳ । ଏଥର ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଜିତିଲେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହେବ । ତେବେ ଆଜିର ମ୍ୟାଚ୍ କୁ ନେଇ କଣ କହୁଛି ଗ୍ରହ ଗଣନା । ଏ ନେଇ ସୋସିଆଲ୍ ମିଡିଆ ଏବଂ ଇମ୍ଟରନେଟ୍ ରେ ଅନେକ ଆକଳନ କରାଯାଉଛି । ଏପରିକି କେତେକ ଜ୍ୟୋତିଷମାନଙ୍କ ଭବିଷ୍ୟଗଣନା ମଧ୍ୟ ସାମ୍ନାକୁ ଆସୁଛି । ନିଜ ମାଟିରେ କଙ୍ଗାରୁ ଦଳକୁ ହରାଇ ଭାରତ ତୃତୀୟ ଥର ପାଇଁ ବିଶ୍ୱ ବିଜେତା ହୋଇପାରିବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଆସନ୍ତୁ ଜାଣିବା କଣ କହୁଛି ଗ୍ରହ ନକ୍ଷତ୍ର ଗଣନା…

ଯଦି ଜ୍ୟୋତିଷ ଗଣନାକୁ ବିଶ୍ୱାସ କରାଯାଏ ତେବେ କ୍ରିକେଟ୍ ପ୍ରେମୀମାନେ ଆଜି ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ପାଇବେ । ଉଭୟ ଦଳର ସ୍ଥିତି ବେଶ୍ ଦୃଢ ରହିଛି ଏବଂ ଦୁଇ ଦଳର ଖେଳାଳି ବେଶ୍ ଭଲ ଫର୍ମରେ ଅଛନ୍ତି । ତେଣୁ ଆଜି ଉଭୟ ପାର୍ଶ୍ୱରୁ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ । କଣ କହୁଛି ରୋହିତଙ୍କ ରାଶି ରୋହିତ ଶର୍ମାଙ୍କ ରାଶି ଅନୁଯାୟୀ ରବିବାର ଶୁଭ ଅଟେ । ତେଣୁ ଭାରତ ଟିମ୍ ଅଷ୍ଟ୍ରେଲିଆ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇପାରନ୍ତି । ଭାରତର ଜିତିବାର ସମ୍ଭାବନା ଅଧିକ ଦେଖାଯାଉଛି ।

ବିରାଟଙ୍କ ଶତକକୁ ନେଇ ଗ୍ରହ ଗଣନା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ବିରାଟ କୋହଲି ପୁଣି ଏକ ଶତକ ସ୍କୋର କରିପାରନ୍ତି । କିନ୍ତୁ ଦଳର ବିଜୟ ମୁଖ୍ୟତଃ ବୋଲରଙ୍କ ଉପରେ ନିର୍ଭର କରିବ । ଯଦି ପ୍ରଥମେ ଭାରତ ବ୍ୟାଟିଂ କରେ ତେବେ ଏହା ସେମାନଙ୍କ ପାଇଁ ଲାଭଦାୟକ ହୋଇପାରେ । ତେଣୁ କୁଲଦୀପ ଯାଦବ ଏବଂ ଶାମି ପୁଣି ଚମତ୍କାର କରିପାରନ୍ତି । ଯଦି ପାଣିପାଗ କାରଣରୁ ମ୍ୟାଚ୍ ବନ୍ଦ ହୋଇଯାଏ ତେବେ ଏହା ଭାରତ ସପକ୍ଷରେ ରହିବ ।

ଏହି ମ୍ୟାଚରେ ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ମଧ୍ୟ ଅଷ୍ଟ୍ରେଲିଆରୁ ଭଲ ପ୍ରଦର୍ଶନ ପ୍ରଦର୍ଶନ କରିପାରିନ୍ତି । ନିଜ ଦଳ ପାଇଁ ଭଲ ସ୍କୋର କରିପାରନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲିଗ୍ ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଭାରତ ଥରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେଣୁ ରୋହିତ ବାହିନୀର ଆତ୍ମବିଶ୍ୱାସ ଦୃଢ ରହିଛି । ବର୍ତ୍ତମାନ ଭାରତୀୟ ଦଳ ବେଶି ଭଲ ଫର୍ମରେ ରହିଛି । ତେଣୁ ଏହା କୁହାଯାଇପାରେ ଯେ ଭାରତ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇପାରିବ ।