ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ: ଖୁବ୍‌ଶୀଘ୍ର ସ୍ୱାକ୍ଷରିତ ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ନିଜର ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ଉଚ୍ଚସ୍ତରୀୟ ଆଲୋଚନାରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଆଲୋଚନା, ପ୍ରତିରକ୍ଷା ସହଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ପରାମର୍ଶ କରାଯାଇଛି। ବୈଠକ ପରେ ସୂଚନା ଦେଇ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ପ୍ରକାଶ କରିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ଅଧା-ଅଧୁକା ରହିଥିବା ବାଣିଜ୍ୟ ଚୁକ୍ତି ବହୁତ ଶୀଘ୍ର ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। ଭାରତ ଏବଂ ଆମେରିକା ପରସ୍ପରର ବିଶ୍ୱସ୍ତ ରଣନୈତିକ ଭାଗିଦାରୀ ବୋଲି ଦର୍ଶାଇ ସେ କହିଛନ୍ତି ଯେ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଭୟ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆଯାଉଛି।