୩-୦ ସିରିଜ କ୍ଲିନ ସୁଇପ କଲା ଭାରତ: ଶେଷ ମ୍ୟାଚ ରେ ୱେଷ୍ଟଇଣ୍ଡିଜ କୁ ୧୭ ରନରେ କଲା ପରାସ୍ତ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ କ୍ଲିନ ସୁଇପ କଲା ଭାରତ। ଆଜି ଶେଷ ମ୍ୟାଚ ରେ ଭାରତ ୱେଷ୍ଟଇଣ୍ଡିଜ କୁ ୧୭ରନ୍‌ରେ ପରାସ୍ତ କରି ସିରିଜ କୁ ୩-୦ ରେ ଜିତି ନେଇଛି I ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ୱିକେଟ ହରାଇ ୧୮୪ ରନ୍ ସଂଗ୍ରହକରିବାକୁ ସକ୍ଷମ ହୋଇଥିଲେ I ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪/୫ ସ୍କୋର କରିଥିବାବେଳେ ୱେଷ୍ଟଇଣ୍ଡିଜ ୧୬୭/୯ ସ୍କୋର କରିବାରେ ସଫଳ ହୋଇଥିଲା। ହର୍ଷଲ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଶାର୍ଦ୍ଦୁଳ, ଦୀପକ, ଭେଙ୍କ​‌େ​‌ଟଶ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ଇଡେନ୍ ଗାର୍ଡେନରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଓ ଭେଙ୍କଟେଶଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ତୃତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୮୪/୫। ୩୨ଟି ବଲରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ୬୫ରନ କରିଥିବାବେଳେ ୧୯ଟି ବଲରୁ ଭେଙ୍କଟେଶ ଆୟରଙ୍କ ଅପରାଜିତ ୩୬ରନ କରିଥିଲେ। ଶେଷ ୫ ଓଭରରେ ୮୬ରନ କରିଥିଲେ ସୂର୍ଯ୍ୟକୁମାର ଓ ଭେଙ୍କଟେଶ। ୱେଷ୍ଟଇଣ୍ଡିଜ ପାଇଁ ୧୮୫ରନର ବିଜୟ ଲକ୍ଷ୍ୟ କଷ୍ଟ ସାଧ୍ୟ ହୋଇଥିଲା।
ପୂର୍ବରୁ ପ୍ରଥମ ୨ଟି ମ୍ୟାଚ୍ ଜିତି ଭାରତ ସିରିଜକୁ ହାତେଇ ସାରିଥିଲା। ତେବେ ଭାରତ ଏହି ମ୍ୟାଚକୁ ୩-୦ରେ ଜିତି ସିରିଜକୁ ପୋଛିନେଇଛି।