ଋଷ ଏବଂ ଜାପାନକୁ ପଛରେ ପକାଇଲା ଭାରତ: ଆମେରିକା ଏବଂ ଚୀନ୍ ପରେ ଦଖଲ କଲା ତୃତୀୟ ସ୍ଥାନ

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ପରେ ଏସିଆ ପାୱାର ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତ ଋଷ ଏବଂ ଜାପାନକୁ ପଛରେ ପକାଇ ଦେଇଛି। ଭାରତ ତୃତୀୟ ବୃହତ୍ତମ ମହାଶକ୍ତି ଭାବେ ମାନ୍ୟତା ପାଇଛି। ଏଥିରେ ଭାରତ 39.1 ସ୍କୋର ସହିତ ନିଜର ବିଶ୍ୱ ସ୍ଥିତିକୁ ଆହୁରି ମଜବୁତ କରିଛି। ଜାପାନ 38.9 ସ୍କୋର ସହିତ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଏଥି ସହିତ ଏହି ର଼୍ୟାଙ୍କିଙ୍ଗରେ ପାକିସ୍ତାନର ଅବସ୍ଥା ଆହୁରି ଖରାପ ଦେଖାଯାଉଛି। ଏହି ର଼୍ୟାଙ୍କିଙ୍ଗରେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ। 14.4 ମାର୍କ ସହିତ 16 ତମ ସ୍ଥାନରେ ପାକିସ୍ତାନ ଅଛି। ଏସିଆ ପାୱାର ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗରେ ଭାରତର ଆର୍ଥିକ ସମ୍ଭାବନା 4.2 ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ଭବିଷ୍ୟତ ସମ୍ବଳ ଦୃଷ୍ଟିରୁ ଭାରତର ସ୍କୋର 8.2 ପଏଣ୍ଟ ବୃଦ୍ଧି ପାଇଛି। ଭାରତର ଏହି ସଫଳତା ପାଇଁ ଏହାର ବୃହତ ଜନସଂଖ୍ୟା, ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥନୀତି ଏବଂ ମଜବୁତ କୂଟନୈତିକ ପ୍ରୟାସକୁ ଦିଆଯାଉଛି। ଏହି ର଼୍ୟାଙ୍କିଙ୍ଗ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା, ଯାହା ଦର୍ଶାଏ ଯେ ଆଗାମୀ ସମୟରେ ଭାରତର ବୈଶିକ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହା କେବଳ ଏସିଆରେ ନୁହେଁ ସମଗ୍ର ବିଶ୍ୱରେ ଭୌଗୋଳିକ ପରିସ୍ଥିତିକୁ ପ୍ରଭାବିତ କରିବ।