ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ, ରାଫେଲ ଉଡ଼ାଇଲେ ବାୟୁସେନା ମୁଖ୍ୟ

ଯୋଧପୁର : ସଂପ୍ରତି ରାଜସ୍ଥାନର ଯୋଧପୁରଠାରେ ଭାରତ ଓ ଫ୍ରାନ୍ସ ବାୟୁସେନା ପକ୍ଷରୁ ମିଳିତ ସମରାଭ୍ୟାସ (ଗରୁଡ-୭) ଆୟୋଜିତ ହେଉଛି । ଏହି ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକରାମ ଚୌଧୁରୀ ଫ୍ରାନ୍ସ ନିର୍ମିତ ଏକ ରାଫେଲ ଯୁଦ୍ଧବିମାନ ଉଡାଇଛନ୍ତି । ଅପରପକ୍ଷରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଫ୍ରାନ୍ସ ବାୟୁସେନା ମୁଖ୍ୟ ଷ୍ଟିଫାନ୍ ମିଲ୍ ମଧ୍ୟ ଭାରତରେ ନିର୍ମିତ ସୁଖୋଇ ୩୦ ଏମ୍‌କେଆଇ ବିମାନ ଉଡାଇଥିବା ଜଣାପଡିଛି । ଭାରତ ଗସ୍ତକାଳରେ ଷ୍ଟିଫାନ ମିଲ୍ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ନୌସେନା ଉପମୁଖ୍ୟ ଭାଇସ୍ ଆଡମିରାଲ ଏସ.ଏନ୍‌.ଘୋର୍‌ମାଦେଙ୍କୁ ଭେଟିଥିବା ଜଣାପଡିଛି ।

India-France joint exercise