ଟୋକିଓ ପାରା ଅଲିମ୍ପିକ୍ସ ରେ ଭାରତ ର ରେକର୍ଡ, ୧୯ ପଦକ ସହ ଅଭିଯାନ ଶେଷ କଲା

ଜାପାନ ର ଟୋକିଓ ଠାରେ ୧୩ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସରେ ଭାରତ ରେକର୍ଡ କରି ନିଜ ର ଅଭିଯାନ ଶେଷ କରିଛି । ଏଥର ଭାରତ ୧୯ ଟି ପଦକ ଜିତି ସ୍ୱଦେଶ ଫେରିଛି, ଯାହାକି ଭାରତ ପାଇଁ ପାରାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ଐତିହାସିକ ପ୍ରଦର୍ଶନ । ଏହା ପୂର୍ବରୁ ୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତ ୪ ପଦକ ଜିତିଥିଲା। କିନ୍ତୁ ଟୋକିଓରେ ଭାରତ ଏହା ଠାରୁ ପାଞ୍ଚ ଗୁଣା ଅଧିକ ପଦକ ହାସଲ କରିଛି। ଭାରତ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ସହ ମୋଟ ୧୯ ପଦକ ଜିତି ପାରାଲିମ୍ପିକ୍ସରେ ୨୫ତମ ସ୍ଥାନ ହାସଲ କରିଛି। ଏହା ଭାରତର ବିଶ୍ୱସ୍ତରୀୟ ଇଭେଣ୍ଟରେସର୍ବଶ୍ରେଷ୍ଠ ପ୍ରଦର୍ଶନ I
୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍ ଅଲିମ୍ପିକ୍ସରେ ଭାରତ ୧୩ ପଦକ ଜିତିଥିଲା। ତେଣୁ ପାରା ଆଥଲେଟମାନେ ସବୁ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ରଚିଛନ୍ତି। ଶେଷ କରିଛି। ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଆୟୋଜିତ ପାରାଲିମ୍ପିକ୍ସରେ ଭାରତ ମୋଟ ୧୨ ପଦକ ଜିତିଥିଲା। କିନ୍ତୁ ଏଥର ଭାରତ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି।
ଚଳିତ କ୍ରୀଡ଼ାକୁ ଭାରତ ୫୪ ଜଣିଆ ମଜଭୁତ୍ ଦଳ ପଠାଇଥିଲା। ତେବେ ପାରା ଆଥଲେଟ୍ ମାନେ ଆଶାତୀତ ଅଧିକ ଭଲ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି।
ଚଳିତ ଗେମ୍ସରେ ଭାରତର ଦୁଇ ପାରାଆଥଲେଟ୍ ଡବଲ୍ ମେଡାଲୋ ମଧ୍ୟ ଜିତିଛନ୍ତି। ଅବନୀ ଲଖେରା ଶୁଟିଂରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସିଂହରାଜ ଶୁଟିଂରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ପ୍ରଥମଥର କୌଣସି ଭାରତୀୟ ପାରାଆଥଲେଟ୍ ଗୋଟିଏ କ୍ରୀଡ଼ାରେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
ରବିବାର ଉଦଯାପନୀ ସମାରୋହରେ ଅବନୀ ଭାରତର ଧ୍ୱଜାବାହକ ହୋଇଛନ୍ତି , ଯିଏ କି ପ୍ରଥମ ମହିଳା ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Comments (0)
Add Comment