କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ

ନୂଆଦିଲ୍ଲୀ:  ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିବାଦକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର କାନାଡାରେ ଅବସ୍ଥାପିତ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କୂଟନୀତିକ ଅଧିକାରୀଙ୍କୁ ଫେରାଇ ଆଣିଛନ୍ତି। ସେହିପରି ଭାରତରେ କାର୍ୟ୍ୟ କରୁଥିବା ୬ ଜଣ କାନାଡା କୂଟନୀତିଜ୍ଞଙ୍କ ବିରୋଧରେ ମଧ୍ୟ ଭାରତ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତ। ସେମାନଙ୍କୁ ତତ୍କାଳ ଭାବେ ଭାରତରେ ବହିଷ୍କାର କରାଯାଇଛି। ଏହାର ଅର୍ଥ ସେମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ। ଏମାନଙ୍କ ମଧ୍ୟରେ କାନାଡାର ଅସ୍ଥାୟୀ ହାଇକମିଶନର ରହିଛନ୍ତି। ସମସ୍ତଙ୍କୁ ଚଳିତ ସପ୍ତାହ ଶେଷ ସୁଦ୍ଧା ଦେଶ ଛାଡ଼ିବାକୁ କୁହାଯାଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନଜାରର ହତ୍ୟାକାଣ୍ଡକୁ ନେଇ ଭାରରତ ଓ କାନାଡା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। କାନାଡାରେ ଏହାର ତଦନ୍ତ ଚାଲିଥିବା ବେଳେ ଭାରତୀୟ ହାଇକମିଶନ ଓ ଅନ୍ୟ କୂଟନୀତିକ ଅଧିକାରୀମାନେ ସମ୍ଭବତଃ ହତ୍ୟାକାଣ୍ଡରେ ସାମିଲ ଥିବା କାନାଡା ପକ୍ଷରୁ ଅଭିଯୋଗ ହୋଇଥିଲା। ବାସ ଏହାକୁ ଭାରତ କଡ଼ା ବିରୋଧ କରିଛି।