ନୂଆଦିଲ୍ଲୀ:ବୁଧବାର ନେଦରଲ୍ୟାଣ୍ଡସର ଆମ୍ଷ୍ଟେଲଭିନ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍ର ପୁଲ୍-ଡି ମ୍ୟାଚ୍ରେ ଭାରତୀୟ ଦଳ ୫-୩ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି।ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍ ମଞ୍ଚରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏହାପୂର୍ବରୁ ୨୦୧୦ ଦିଲ୍ଲୀ ବିଶ୍ୱକପ୍ରେ ଭାରତ ୪-୧ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା।ପୁଲ୍ ପର୍ଯ୍ୟାୟରେ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟ ସହ ୬ ପଏଣ୍ଟ ହାସଲ କରି ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ କ୍ୱାଲିଫାଇ କରିଛି। ଅନ୍ୟପଟେ ୩ଟି ମ୍ୟାଚ୍ରୁ ଗୋଟିଏ ହେଲେ ବିଜୟ ହାସଲ କରିନପାରି ପାକିସ୍ତାନ ବିଶ୍ୱକପ୍ରୁ ବିଦାୟ ନେଇଛି।ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ଓ ଅଭିଷେକ ୨ଟି ଲେଖାଏଁ ଗୋଲ୍ କରିଥିବା ବେଳେ, ହାର୍ଦ୍ଦିକ ସିଂ ଏକ ପେନାଲ୍ଟି ଷ୍ଟ୍ରୋକ୍କୁ ଗୋଲ୍ରେ ପରିଣତ କରି ଦଳକୁ ଏକ ବଡ଼ ସଫଳତା ଦେଇଥିଲେ।