ଆସନ୍ତା କାଲି ଭାରତ ବନ୍ଦ : ‘ସଂଯୁକ୍ତ କିସାନ ମୋର୍ଚ୍ଚା’

ଆସନ୍ତା ୨୭ତାରିଖରେ ସକାଳ ୬ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ‘ଭାରତ ବନ୍ଦ’ ଡାକରା ଦେଇଛି ‘ସଂଯୁକ୍ତ କିସାନ ମୋର୍ଚ୍ଚା’ I ଭାରତ ବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ତେଣୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ନିଜର ଅଫିସ୍ ଟାଇମର ବହୁ ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରେ ରଖିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀ ଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଶ୍ରମ ନୀତିକୁ ବିରୋଧ ସହ ସ୍ୱାମୀନାଥନ କମିଶନ ସୁପାରିଶକୁ ଲାଗୁ କରିବା ଏବଂ କୃଷି ବିଲକୁ ଫେରସ୍ତ ଦାବିରେ ଆସନ୍ତା ୨୭ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ସମେତ ୭ଟି ରାଜନୀତିକ ଦଳ ଏବଂ ବହୁ ଶ୍ରମିକ ସଂଗଠନ ଏହାକୁ ସମର୍ଥନ କରିଛି । ଏହି କାରଣରୁ ବନ୍ଦବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ନିମନ୍ତେ ଜିଲ୍ଲା ପୁଲିସ୍ ସମ୍ପୂର୍ଣ୍ଣ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ହସ୍ପିଟାଲ, ଔଷଧ ଦୋକାନ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ କେହି ବି ବାଧା ଦେବନି। ଜରୁରୀ କାମରେ ନିୟୋଜିତ ଲୋକଙ୍କୁ ମଧ୍ୟ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେ। ଭାରତ ବନ୍ଦ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ମୋର୍ଚ୍ଚା କହିଛି।

Comments (0)
Add Comment