ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ;ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଅଷ୍ଟ୍ରେଲିଆ ସହ ବଡ଼ ଚୁକ୍ତି

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ “ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ୨୦୨୬” ଉପରେ ମିଳିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ମିଳିତ ଚୁକ୍ତିନାମାରେ ସମୁଦାୟ ୨୦ଟି ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି। ଯେଉଁଥିରେ ପରସ୍ପରର ସାମରିକ ବିମାନ ମୁତୟନ ବୃଦ୍ଧି କରିବା ଏବଂ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସାମୁଦ୍ରିକ ସୁରକ୍ଷା ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରତିରକ୍ଷା ଚୁକ୍ତିର ମୁଖ୍ୟ ପ୍ରସଙ୍ଗ ହେଉଛି – ସାମରିକ ବିମାନ ମୁତୟନ ବୃଦ୍ଧି, ମିଳିତ ସମରାଭ୍ୟାସ, ନିୟମିତ ମନ୍ତ୍ରୀସ୍ତରୀୟ ବୈଠକ, ବହୁପାକ୍ଷିକ ସହଯୋଗ, ବିପର୍ଯ୍ୟୟ ପରିଚାଳନା, ମାନବୀୟ ସହାୟତା ଏବଂ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ସପ୍ଲାଇ ଚେନ୍କୁ ସୁଦୃଢ଼ କରିବା ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।