ଭୀମସାରରେ ବଢ଼ିଲା କରୋନା ସଂକ୍ରମଣ,୯ ଟି ହଷ୍ଟେଲ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ବୁର୍ଲା ଭୀମସାର ମେଡିକାଲ କଲେଜରେ ପୁଣି ଚିହ୍ନଟ ହେଲେ୧୬ ଆକ୍ରାନ୍ତ। ଏହି ସମସ୍ତ ୧୬ ଜଣ ଏମବିବିଏସ ଛାତ୍ର-ଛାତ୍ରୀ ବୋଲି ଜଣା ପଡିଛି। ସଂପୃକ୍ତ ଅଞ୍ଚଳରେ ଥିବା ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘର ଗୁଡ଼ିକୁ ଯଥାକ୍ରମେ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏନେଇ ବୁଧବାର ସୂଚନା ଦେଇଛନ୍ତି ଡିନ୍ ପ୍ରଫେସର ଜୟଶ୍ରୀ ଦୋରା। ଆକ୍ରାନ୍ତ ଛାତ୍ର-ଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି। ଆଜିର ୧୬ ଜଣଙ୍କୁ ମିଶାଇ ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ଘଟିଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସମ୍ବଲପୁର ବୁର୍ଲା ଭୀମ୍‌ସାରରେ ଗତକାଲି ୨୧ ଜଣ ଛାତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। କିଛି ଦିନ ତଳେ ଭୀମସାରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି । ତେବେ ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ ହୋଇଛି। ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି।

Comments (0)
Add Comment