ମହିଳା ବେଶରେ ମା’ଝିଅଙ୍କୁ ଛୁରାମାଡ଼ ଘଟଣା:ମୁଖ୍ୟ ଅଭିଯୁକ୍ତ ଅଟକ

ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡା ହସ୍ପିଟାଲରୁ ଡିସଚାର୍ଜ ପରେ ତାଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ Iରୂପେଶଙ୍କୁ ପୁଲିସ ଅଟକ ରଖିବା ସହ ପଚରାଉଚରା ଚଳାଇଛି। ତେବେ ପ୍ରେମ ବ୍ୟାପାର ଅପେକ୍ଷା ଲୁଟ୍ ପାଟ ଉଦ୍ଦେଶ୍ୟରେ ରୁପେଶ ଆକ୍ରମଣ କରିଥିବା ପୁଲିସ ସନ୍ଦେହ କରିଛି।
ସୂଚନାଯୋଗ୍ୟ, ଗତ ୧ ତାରିଖ ରେ ରୁପେଶ ମହିଳା ଙ୍କ ଡ୍ରେସ ପିନ୍ଧି ପଡ଼ୋଶୀ ଘରର କଲିଂ ବେଲ ମାରିଥିଲା I ସେତେବେଳକୁ ଦିନ ପ୍ରାୟ ସାଢେ ୧୨ ତା ପାଖାପାଖି ହେବ ବୋଲି ଜଣାପଡିଛି I ମା’ ଝିଅ କବାଟ ଖୋଲିବା ମାତ୍ରେ ସେ ମହିଳା ବେଶରେ ଘରେ ପଶି ଆଣିଥିବା ଛୁରୀ ଦ୍ୱାରା ମା ଝିଅ ଙ୍କୁ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହା ଦ୍ୱାରା ପ୍ରତିରକ୍ଷା ପାଇଁ ମା’ଝିଅ ମଧ୍ୟ ରୁପେଶ କୁ ଆକ୍ରମଣ କରିଥିଲେ I
ରୂପେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିଲେ। ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ରୁପେଶ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରୁ ଡିସଚାର୍ଜ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Comments (0)
Add Comment