ପୁରୀରେ ଅଘଟଣ:ମୁକୁଳା ଡ୍ରେନ୍ ରେ ପଡି ଯୁବକଙ୍କ ମୃତ୍ୟୁ

ବଡ଼ଦାଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ପୁରୀ ବଡ଼ ଦାଣ୍ଡରେ ଥିବା ମୁକୁଳା ଡ୍ରେନ ରେ ପଡି ଯୁବକଙ୍କ ମୃତ୍ୟୁ ଘଟିଛି I ଘଟଣା ଘଟିଛି ପୁରୀ ମାର୍କେଟ ଛକ ନିକଟରେ । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ପ୍ରାଥମିକ ତଦନ୍ତ ରୁ ସେ ଜଣେ ରିକ୍ସା ଚାଲାକ ବୋଲି ଜଣାପଡିଛି Iଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କୁ କେହି ହତ୍ୟା କରି ଡ୍ରେନ ରେ ପକେଇଦେଇଛନ୍ତି ନା ଏହା ଏକ ଦୁର୍ଘଟଣା ପ୍ରକୃତ ତଦନ୍ତ ପରେ ଜଣା ପଡିବ I ଏ ସଂକ୍ରାନ୍ତରେ ସ୍ଥାନୀୟ ଜନତାଙ୍କ ଅସନ୍ତୋଷ ଦେଖାଦେଇଛି I