ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଶୌଚାଳୟ ଭିତରେ କିରୋସିନ ଢାଳି ଜିଅନ୍ତା ଜାଳି ହତ୍ୟା କରିଛି ଯୁବକ I ଏହି ଛାତ୍ରୀ ଜଣକ ପେନସିଲ କିଣିବାକୁ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଏଭଳି କାଣ୍ଡ ଭିଆଇଛି Iଏହି ଘଟଣାପରେ ଗାଁ ଲୋକେ ଯୁବକ ଙ୍କୁ ଧରି ନିସ୍ତୁକ ମାଡ଼ ମାରି ପୋଲିସ ରେ ଜିମା ଦେଇଛନ୍ତି I
ଘଟନାନୁସାରେ ଅଭିଯୁକ୍ତ ଓ ଛାତ୍ରୀ ହେଉଛନ୍ତି ବାରିଙ୍ଗିଆ ଗାଁର ସମ୍ପର୍କୀୟ ଦାଦା,ଝିଆରୀ ଦୟାନିଧି ଜେନା ଓ ଜ୍ୟୋତ୍ସ୍ନା ରାଣୀ ଜେନା I ଜ୍ୟୋତ୍ସ୍ନା ରାଣୀ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୟାନିଧି ଙ୍କ ପତ୍ନୀ ଙ୍କ ନିକଟକୁ ଟ୍ୟୁସନ ହେବାକୁ ଆସୁଥିଲେ I ଏହି ସମୟରେ ଦୟାନିଧି ଜ୍ୟୋତ୍ସ୍ନା ଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲେ I ତେବେ ପରବର୍ତ୍ତୀ ସମୟରେ ଜ୍ୟୋତ୍ସ୍ନା ସେଠାରେ ଟ୍ୟୁସନ ଛାଡିଦେଇଥିଲେ I ଆଜି ସକାଳେ ଛାତ୍ରୀ ଜଣକ ପେନ୍ସିଲ କିଣିବା ପାଇଁ ନିକଟସ୍ଥ ଦୋକାନ କୁ ଯାଇଥିବା ସମୟରେ ବାଟରେ ଦୟାନିଧି ତାଙ୍କୁ ଜୋର ଜବରଦସ୍ତ ଏକ ଶୌଚାଳୟ ଭିତରକୁ ଟାଣି ନେଇଥିଲା Iଏହାପରେ ତାଙ୍କ ଚୁଟି କାଟି,କିରୋସିନ ଢାଳି ଅତି ବିଭତ୍ସ ଭାବରେ ନିଆଁ ଲଗାଇ ଜାଳି ଦେଇଥିଲା I
ଅଭିଯୁକ୍ତଙ୍କ ପତ୍ନୀ ନାବାଳିକାର ଚିତ୍କାର ଶୁଣି ଆସି ପାଇଖାନା ଖୋଲିଥିଲେ। ହେଲେ ସେତେବେଳକୁ ନାବାଳିକା ଜୀବନ୍ତ ଦଗ୍ଧ ହୋଇଚାଲିଥିଲେ। ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋଳାହଳ ଶୁଣି ଗାଁ ଲୋକେ ପହଞ୍ଚି ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଥିଲେ। ତେବେ ଘଟଣା ଘଟାଇବା ପରେ ବିଷ ପିଇଦେଇଥିଲେ ଅଭିଯୁକ୍ତ। ତାଙ୍କୁ ଖଇରା ଡାକ୍ତରଖାନା ନେଇଥିଲା ପୁଲିସ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବାଲେଶ୍ୱର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି I