ଆସନ୍ତା ୨୩ରୁ ପୁନେରେ ଖେଳା ଯିବାକୁ ଥିବା ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ କପ ରେ ୨ ଓଡ଼ିଆ ଝିଅ ସାମିଲ I ସ୍ଥାନ ପାଇଥିବା ୨ ଜଣ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଉଭୟ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ଦଳରେ ରହିଛନ୍ତି। ୨୦୨୦ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟ୍ରେଲବ୍ଲେଜର୍ସ ହିଁ ଚାମ୍ପିୟନ ହୋଇଥିଲା। ଗତ ବର୍ଷ ମଧ୍ୟ ଓଡିଆ ମହିଳା ଭାବେ ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଥିଲେ । ସେ ମିଥାଲି ରାଜଙ୍କ ଟିମ ଭେଲୋସିଟିରେ ସ୍ଥାନ ପାଇଥିଲେ । ଆଜି ମହିଳା ଆଇପିଏଲ ରେ ସ୍ଥାନ ପାଇଥିବା ଏହି ଦୁଇ ଓଡ଼ିଆ ଖେଳାଳିଙ୍କ ନାଁ ଘୋଷଣା କରିଛି ବିସିସିଆଇ I
କରୋନା ପାଇଁ ୨୦୨୧ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇ ନଥିଲା। କିନ୍ତୁ ଚଳିତ ବର୍ଷ ମେ’ ୨୩ରୁ ୨୮ ଯାଏ ପୁଣେର ଏମସିଏ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରେଲବ୍ଲେଜର୍ସ ବ୍ୟତୀତ ସୁପରନୋଭାସ ଓ ଭେଲୋସିଟି ଦଳ ମଧ୍ୟ ଭାଗ ନେବେ। ସୁପରନୋଭାସର ଅଧିନାୟକ ଭାବେ ହରମନପ୍ରୀତ କୌର ନିଯୁକ୍ତ ହୋଇଥିବା ବେଳେ ଭେଲୋସିଟିର କମାଣ ସମ୍ଭାଳିବେ ଅଲରାଉଣ୍ଡର ଦୀପ୍ତି ଶର୍ମା।