ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡରେ

ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଅଣନିଶ୍ୱାସୀ ହୋଇ ଦୁଇ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ଧାନବାଦର ପୁରୁଣା ବଜାରରେ ଥିବା ହାଜ୍ରା ହସ୍‌ପିଟାଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୁଇ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଡା. ବିକାସ ହାଜ୍ରା, ଓ ତାଙ୍କ ପତ୍ନୀ ଡା. ପ୍ରେମା ହାଜ୍ରା ଏବଂ ଅନ୍ୟ ୪ ଜଣ ହସ୍ପିଟାଲ କର୍ମଚାରୀ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ସର୍ଟ ସାର୍‌କିଟ ଯୋଗୁ ପ୍ରଥମେ ହସ୍‌ପିଟାଲ୍‌ରେ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଏହାପରେ ଦେଖୁ ଦେଖୁ ଏହି ନିଆଁ ପ୍ରଥମ ମହଲାକୁ ବ୍ୟାପିଥିଲା। ରାତି ହୋଇଥିବାରୁ ପ୍ରଥମ ମହଲାରେ ଶୋଇଥିବା ଲୋକଙ୍କୁ ବାହାରକୁ ବାହାରିବାକୁ ସୁଯୋଗ ମିଳିନଥିଲା। ନିଆଁ ଲିଭାଇବାକୁ କୌଣସି ବ୍ୟବବସ୍ଥା ହୋଇନଥିବାରୁ ରୁମ୍‌ଗୁଡ଼ିକୁ ସବୁ ଶୀଘ୍ର ଧୂଆଁରେ ଫୁଲ୍ ହୋଇଯାଇଥିଲା। ଏଥିରେ ଅଣନିଶ୍ୱୀସୀ ଦୁଇ ଡାକ୍ତରଙ୍କ ସମେତ ୬ ଜଣଙ୍କର ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ହୋଇଛି।

ଏହି ଘଟଣା ପରେ ଖବର ପାଇ ଅଗ୍ନିଶମ ବିହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିବା ସହ ୯ ଜଣଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ୯ ଜଣଙ୍କୁ ସ୍ଥାନୀୟ ପାଟଳୀପୁତ୍ର ନର୍ସିଂ ହୋମ୍‌ରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ଏମିତିକ ଆଣ୍ଟିଫାୟାର ମେସିନ୍‌ ବି ଆକ୍ଟିଭ୍ କରାଯାଇ ନାହିଁ। ଅବହେଳା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଅଗ୍ନିଶମ ବାହିନୀ ସୂଚନା ଦେଇଛି।