ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ଙ୍କ ମୃତ୍ୟୁ

ରାଜ୍ୟରେ ସଂପ୍ରତି କରୋନା ଗ୍ରାଫ ତଳମୁହାଁ ହେଉଛି । ଗତ ଏକ ସପ୍ତାହ ଭିତରେ ସଂକ୍ରମିତ ଙ୍କ ସଂଖ୍ୟା ୫ ଶହ ତଳକୁ ରହୁଛି , ଫଳରେ ମୃତ୍ୟୁସଂଖ୍ୟା, କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।ତେବେ ଭୁବନେଶ୍ୱର ଓ କଟକରେ ସଂକ୍ରମିତ ଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ମାନଙ୍କ ତୁଳନା ରେ ସାମାନ୍ୟ ଅଧିକ ରହୁଛି । ରାଜ୍ୟରେ ଖୋର୍ଦ୍ଧ। ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ହେଉଥିବାର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି I ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ ସଂକ୍ରମିତ ଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୨୦୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତକଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment