ରାଜ୍ୟରେ ୩ କୋଟି ଡୋଜ ଟପିଲା କରୋନା ଟିକାକରଣ

ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକା ଦିଆଯାଇଛି । ମଙ୍ଗଳବାରଦିନ ୧୩୪୪ ଟିକା କେନ୍ଦ୍ରରେ ୨ ଲକ୍ଷ ୪୩ ହଜାର ୭୨ ଡୋଜ୍ ଟିକା ଦିଆଯାଇଛି । ଏହାକୁ ମିଶାଇ ଗତକାଲି ସୁଦ୍ଧା ୩ କୋଟି ୧୦ ଲକ୍ଷ ୫ ହଜାର ୯୮୭ ଡୋଜ୍ ଟିକା ଦିଆଯାଇଛି । ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ଦୁଇ ଡେରଜ୍ ଟିକା ନେଇଛନ୍ତି ୮୨ ଲକ୍ଷରୁ ଅଧିକ ଲୋକ ନେଇଛନ୍ତି ଦୁଇ ଡୋଜ୍ ଟିକା । ଟିକାକରଣରେ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏଭଳି ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ଦେଶରେ ମୋଟ ୮୭ କୋଟି ୬୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୬୪ କୋଟିରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ୨୩ କୋଟିରୁ ଅଧିକ ଲୋକ ଦୁଇ ଡୋଜ୍ ନେଇଛନ୍ତି ।ଏବେ ଦୈନିକ ୪ଲକ୍ଷ ଟିକାକରଣ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଟିକାକରଣ ବଢ଼ିବାରେ ଲାଗିଛି । ମାତ୍ର ନିକଟରେ ବାତ୍ୟା କାରଣରୁ ରାଜ୍ୟରେ କିଛିଦିନ ପାଇଁ ଟିକାକରଣ ଧିମେଇ ଯାଇଥିଲା । ଅଧିକାଂଶ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖା ଯାଇଥିଲା । ମାତ୍ର ଏବେ ପୁଣିଥରେ ଟିକାକରଣ ଜୋର ଧରିବାକୁ ଆରମ୍ଭ କରିଛି । ଗତକାଲି୧୩୪୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮-୪୪ବର୍ଗର ୯୪ହଜାର ପ୍ରଥମ, ୬୮,୧୦୦ ଦ୍ବିତୀୟ ଡୋଜ୍, ୪୫ବର୍ଷରୁ ଅଧିକ ୪୧,୬୧୪ ପ୍ରଥମ ଓ ୩୮,୦୭୭ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ରାଜ୍ୟରେ ଏବେ ସୁଦ୍ଧା ୧୮-୪୪ବର୍ଗର ୬୦ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୧ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ନେଇ ସାରିଲେଣି ।ଆଜି ରାଜ୍ୟରେ ୧୬୮୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment