ପଂଚାୟତ ନିର୍ବାଚନ ପ୍ରଚାର ରେ ସରକାରୀ କର୍ମଚାରୀ କଂଗ୍ରେସ ର ଫେରାଦ

ପଂଚାୟତ ନିର୍ବାଚନ ପାଇଁ ମତଦାନ ତାରିଖ ନିକଟତର ହେବା ସହିତ ମାଲକାନଗିରି ଜିଲ୍ଲାରେ ସ୍ୱାଭିମାନ ଅଂଚଳରେ ନିର୍ବାଚନ ପ୍ରଚାର ସେତେଟା ଆଗେଇ ପାରିନାହିଁ I ତେବେ ପ୍ରଚାର ମୈଦାନ ରେ ବିଜେଡି -ବିଜେପି ର କିଛିଟା ଟକ୍କର ଦେଖିବାକୁ ମିଳିଥିବାବେଳେ କଂଗ୍ରେସ ଦଳ ସେତେଟା ଉତ୍ସାହିତ ମନେ ହେଉନାହିଁ । ତେବେ ପଂଚାୟତ ନିର୍ବାଚନରେ ପ୍ରଚାର ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ବାରଣ ଥିଲେ ମଧ୍ୟ ମାଲାକନଗିରି ଜିଲ୍ଲା ସ୍ୱିଭିମାନ ଅଂଚଳରେ ପାପେରମେଟଲା ପୋଷ୍ଟ ମାଷ୍ଟର ପିତାମ୍ବର ଖେମୁଡୁ ବିଜେଡି ପାଇଁ ଭୋଟ ମାଗିବା ଫୋଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏପଟେ ମାଲକାନଗିରି ଜିଲ୍ଲାର ଜଣେ ଶିକ୍ଷକ, ଜଣେ ଏଏସଆଇଙ୍କ ସହ ଅନେକ ସରକାରୀ କର୍ମଚାରୀ ଖୋଲା ଖୋଲି ଭାବରେ ଶାସକ ଦଳ ପାଇଁ ପ୍ରଚାର କରୁ ଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏଥିସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

Comments (0)
Add Comment