ରାତି ଅଧରେ ବାରଣାସୀରେ ବିକାଶ କାର୍ଯ୍ୟର ନିରୀକ୍ଷଣ କଲେ ପ୍ରଧାନ ମନ୍ତ୍ରୀ ମୋଦୀ

ରାତି ଅଧାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ ପ୍ରମୁଖ ବିକାଶମୂଳକ କାର୍ଯ୍ୟ ର ଯାଞ୍ଚ କରିଛନ୍ତି I ଏହି ଅବସରରେ ୟୁ.ପି. ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସହିତ ଉପସ୍ଥିତ ଥିଲେ ଇପରାଥାନ ମନ୍ତ୍ରୀ କହିଛନ୍ତି କି ଏହି ପବିତ୍ର ବାରାଣାସୀ ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ତାଙ୍କ ସରକାର ଉଦ୍ୟମ ଜାରି ରହିଛି ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘କାଶୀରେ ପ୍ରମୁଖ ବିକାଶ କାର୍ୟ୍ୟ ଯାଞ୍ଚ କରାଯାଇଛି। ଏହି ପବିତ୍ର ସହର ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଭିତ୍ତିଭୂମି ସୃଷ୍ଟି କରିବା ଆମର ପ୍ରୟାସ। ’ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ବାରାଣାସୀରେ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ସୋମବାର ଦିନ ପ୍ରାୟ ୩୩୯ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମିତ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ୟ୍ୟାୟ ଉଦଘାଟନ କରିଛନ୍ତି । ସେହିପରି ମଙ୍ଗଳବାର ଦିନ ଅପରାହ୍ନ ୩.୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସଦଗୁରୁ ସଦାଫଳଦେବ ଭିହାଙ୍ଗମ ଯୋଗ ସଂସ୍ଥାନରେ ୯୮ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗଦେବେ। ଏହିକାର୍ଯ୍ୟକ୍ରମ ଅବସର ରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ବିଜେପି ଶାସିତ ରାଜ୍ୟ ର ଯଥା ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶର ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ।

Comments (0)
Add Comment