ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ବଢି ଚାଲିଥିବା କରୋନା ର ୨ୟ ଲହର ଗତ ଦୁଇ ମାସ ହେବ କମି ଯାଇଥିଲା ଇ ବର୍ତ୍ତମାନ ଓଡିଶା ସମ୍ପୂର୍ଣ୍ଣ ଭାବରେ ଅନଲକ ଆଡକୁ ହେଲାଣି କହିଲେ ଚଳେ ଇ କିନ୍ତୁ ଏ କିଛି ଦିନ ହେଲା କମିଯାଇଥିବା ସଂକ୍ରମଣ ସାମାନ୍ୟ ଉପର ମୁହାଁ ହେଇଥିବା ଜଣାଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୨୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କାଲି ବାଲେଶ୍ୱର ଜିଲ୍ଲା ର ଜଣେ ୬ ବର୍ଷର ଶିଶୁକନ୍ୟା କରୋନାରେ ଆଖି ବୁଜିଥିବା ସୂଚନା ମିଳିଛି I
ଚିହ୍ନଟ ୮୪୯ ସଂକ୍ରମିତଙ୍କ ମଧ୍ୟରୁ ୪୯୫ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ କଟକରୁ ୧୧୭ ଜଣ, , ଯାଜପୁରରୁ ୩୨ ଜଣ, ପୁରୀରୁ ୩୧ ଜଣ, ବାଲେଶ୍ୱରରୁ ୫୧ ଢ଼େଙ୍କାନାଳରୁ ୨୬ ଜଣ, ମୟୂରଭଞ୍ଜରୁ ୨୧ , ଅନୁଗୁଳରୁ ୨୦ , ସୁନ୍ଦରଗଡ଼ରୁ ୧୮ ଜଣ, ସମ୍ବଲପୁରରୁ ୧୬ , ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଭଦ୍ରକରୁ ୧୧ , କେନ୍ଦ୍ରାପଡ଼ାରୁ ୯ ,ଦେବଗଡ଼ରୁ ୮ , ନୟାଗଡ଼ରୁ ୭ , ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ,ଗଜପତି,ଗଞ୍ଜାମ,କନ୍ଦମାଳ ଓ ମାଲକାନଗିରି ଜଣେ ଲେଖାଏଁ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୧୦ ହଜାର ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭ ହଜାର ୩୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୯୪ ହଜାର ୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨, ବାଲେଶ୍ୱର, କଟକ, ଢେଙ୍କାନାଳରୁ ଜଣେ ବଢି ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୩୫କୁ ବୃଦ୍ଧି ପାଇଛି।

Comments (0)
Add Comment