ଡିସେମ୍ବର ପ୍ରଥମ ସପ୍ତାହରେ ୧୮ ବର୍ଷରୁ କମ ପିଲାଙ୍କୁ କରୋନା ଟିକା ଦିଆଯାଇପାରେ

ଭାରତରେ ୧୮ ବର୍ଷରୁ କମ୍‌ ବୟସର ୪୪ କୋଟି ପିଲା ଅଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୬ କୋଟି ପିଲାଙ୍କୁ କୋଭିଡ ଟିକା ଦିଆଯିବା ନେଇ ସ୍ଥିର ହୋଇଛି ।ସେହି କ୍ରମରେ ଦେଶରେ ଡିସେମ୍ବର ପ୍ରଥମ ସପ୍ତାହରୁ ଛୋଟ ପିଲାଙ୍କୁ କରୋନା ଟିକା ଦିଆଯାଇପାରେ । ଏଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ବଡ଼ ରୋଗ ଥିବା ପିଲାଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଲାଗିବ ।
ପିଲାମାନଙ୍କୁ ଟିକାକରଣ ପାଇଁ ଜାଇକୋଭ ଡି, ବାୟୋଲୋଜିକାଲ୍‌ ଇ ଏବଂ ସିରମ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ ଟିକା ଲିଷ୍ଟରେ ରହିଛି। କିଛି ଦେଶରେ ଛୋଟି ପିଲାଙ୍କୁ ଟିକା ଲାଗୁଥିବା ବେଳେ ସରକାର ତାହା ଉପରେ ନଜର ରଖିଥିବା କହିଛନ୍ତି। ଏବେ ଆମେରିକା, ଡେନମାର୍କ, ଜର୍ମାନୀ, ଅଷ୍ଟ୍ରିଆ, ହଙ୍ଗେରୀ, ଇଟାଲି, ସ୍ପେନ୍‌, ସ୍ବିଡେନ୍‌, ଗ୍ରିସ୍‌, ଫିନଲ୍ୟାଣ୍ଡ, ପୋଲାଣ୍ଡ, ସ୍ବିଜରଲ୍ୟାଣ୍ଡ, ଇସ୍ରାଏଲ୍‌, ୟୁଏଇ, ଇଣ୍ଡୋନେସିଆ, ଅଷ୍ଟେ୍ରଲିଆ ଏବଂ ଚୀନ୍‌ରେ ପିଲାମାନଙ୍କୁ କରୋନା ଟିକା ଦିଆଯାଉଛି।
ନିକଟରେ ଆମେରିକା ୫-୧୧ ବର୍ଷର ଛୋଟ ପିଲାଙ୍କୁ ଫାଇଜର ଟିକା ଦେବାକୁ ଅନୁମତି ଦେଇଛି । ବୟସ୍କଙ୍କୁ ଦିଆଯାଉଥିବା ଟିକା ଡୋଜ୍‌ର ଏକ ତୃତୀୟାଂଶ ପିଲାମାନଙ୍କୁ ଦିଆଯିବ । ସେପଟେ ଚୀନରେ ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ଟିକାକରଣ ଚାଲିଥିବା ଜଣାପଡ଼ିଛି।

Comments (0)
Add Comment