ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ ହୋଇଛି : ରାଜ୍ୟ ନିର୍ବାଚନ କମିଶନ

ରାଜ୍ୟରେ ସରିଛି ପଞ୍ଚାୟତ ନିର୍ବାଚନ ର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ I ପଞ୍ଚମ ପର୍ଯ୍ୟାୟ ମତଦାନ ରେ ୭୦%ରୁ ଅଧିକ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିଲେ ଭୋଟଦାନ ହାର ବଢ଼ିପାରେ। କିଛି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଭୋଟଦାନ ବାଧାପ୍ରାପ୍ତ ହୋଇଛି। ସମ୍ପୃକ୍ତ ଜିଲାପାଳମାନଙ୍କଠାରୁ ରିପୋର୍ଟ ଆସିଲାପରେ ପଦକ୍ଷେପ ନିଆଯିବI ନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି I
ପଞ୍ଚମ ପର୍ୟ୍ୟାୟରେ ୨୫ ଜିଲାରେ ୪୮ଟି ବ୍ଲକର ୧୩୧ ଜିଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ହୋଇଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ୧୩ ହଜାର ୫୧୪ଟି ବୁଥ ମଧ୍ୟରୁ ୨ହଜାର ୨୭ଟି ବୁଥ ସମ୍ବେଦନଶୀଳ ବୁଥ ରହିଥିଲା। ତେବେ ସ୍ୱାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସହକାରେ ଭୋଟିଂ ସରିଛି। ଦିନକ ପରେ ଅର୍ଥାତ ଫେବୃଆରୀ ୨୬ ତାରିଖରୁ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ନିର୍ମାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।