ରାଜଧାନୀରେ ମାତିଲେ ମହିଳା ପକେଟମାର

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ମହିଳା ପକେଟମାର । ଆଜି ରସୁଲଗଡ଼ ଛକରେ ଲକ୍ଷ୍ମୀପ୍ରିୟା ନାମ୍ନୀ ଜନୈକା ଛାତ୍ରୀ କେଉଁ ଆଡେ ଯିବା ପାଇଁ ଅଟୋ କୁ ଅପେକ୍ଷା କରିଥିଲେ I ଠିକ ସମୟରେ ଅଟୋ ପହଞ୍ଚିଥିଲା ସେ ଅଟୋ ରେ ଚଢିବା ସମୟରେ ତାଙ୍କ ଅନ୍ୟମନସ୍କତା ର ସୁଯୋଗ ନେଇ କେହିଜଣେ ତାଙ୍କ ବ୍ୟାଗ ରୁ ପର୍ସ ଲୁଟିନେଇଥିବାର ସେ ଜାଣିବାକୁ ପାଇଲେ I କିଛି ସମୟ ପରେ ସେ ଅଟୋ ରୁ ଓହ୍ଲାଇ ଖୋଜିଥିଲେ ତାଙ୍କ ସାଙ୍ଗରେ ସମ୍ପୃକ୍ତ ଅଟୋ ଚାଲାକ ମଧ୍ୟ ଏଣେତେଣେ ଖୋଜିଥିଲେ I ସେହି ସମୟରେ ଅନ୍ୟ ଜଣେ ଯୁବତୀ ଦୌଡ଼ି ପଲାଉଥିବା ର ସ୍ଥାନୀୟ ଲୋକେ ଏବଂ ରସୁଲଗଡ଼ ଅଟୋ ଚାଳକ ମାନେ ଦେଖି ତାଙ୍କୁ ସନ୍ଦେହ ରେ ଘେରି ଯାଇଥିଲେ I ଏହା ଦେଖି ମହିଳା ପକେଟମାର ଜଣକ ଚୋରି କରିଥିବା ପର୍ସକୁ ଫିଙ୍ଗି ଦେଇ ଚାଲି ଯାଉଥିଲେ । ଘଟଣା ର ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ୍‌ ପହଞ୍ଚି ଉକ୍ତ ମହିଳା ପକେଟମାର କୁ ଥାନାକୁ ନେଇ ଥିବା ଜଣ ପଡିଛି ଇ ତେବେ ତା ସହିତ ଅନ୍ୟମାନେ ମଧ୍ୟ ଥିବାର ସନ୍ଦେହ କରାଯାଉଛି ଏବଂ ସମସ୍ତେ ଅଣଓଡ଼ିଆ ହେଇଥିବା ଅନୁମାନ କରହାଉଛି I

Comments (0)
Add Comment