ରାଜଧାନୀ ରେ ମେୟର ଗାଦି ହେବ କାହାର,୩ ମହିଳା ମେୟର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ପୌର ନିର୍ବାଚନ ଲାଗି ପ୍ରାର୍ଥୀପତ୍ରର ଚୂଡାନ୍ତ ତାଲିକା ଆସିବା ପରେ ବେଶ ସରଗରମ ହୋଇଛି ରାଜଧାନୀ ର ପ୍ରଚାର ମୈଦାନ । ବିଶେଷ କରି ଭୁବନେଶ୍ୱର ମେୟର ପଦକୁ ନେଇ ଚର୍ଚ୍ଚା ହେଉଛି । ଏଥର ଭୁବନେଶ୍ୱର ଦେଖିବ ପ୍ରଥମ ମହିଳା ମେୟର । ତେଣୁ ମେୟର ଆସନ ଦୌଡ଼ରେ ୩ ପ୍ରମୁଖ ଦଳ ର ମହିଳା ମେୟର ପ୍ରାଥୀ ପ୍ରଚାର କୁ ଜୋରଦାର କରିଛନ୍ତି I ୩ ଜଣ ଙ୍କ ମଧ୍ୟରେ ବିଜୁ ଜନତା ଦଳର ପ୍ରାର୍ଥୀ ସୁଲଚନା ଦାସ, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁନୀତା ମୁଣ୍ଡ୍ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କ ମଧ୍ୟରେ ଲଢେଇ ଚାଲିଛି ।
ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସିବା ଆଗରୁ ହିଁ ପ୍ରାର୍ଥୀମାନେ ପ୍ରାଚର ଆରମ୍ଭ କରି ଦେଇଥିଲେ । ସମସ୍ତ ମେୟର ପ୍ରାର୍ଥୀ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ପାର୍କ, ସାହି, ବସ୍ତି, ବଜାର, ହାଟ ବୁଲି ପ୍ରଚାର କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଅସ୍ତ୍ର କରି ବିଜେଡି ପ୍ରାର୍ଥୀ ସୁଲଚନା ଦାସ ଭୋଟ ମାଗୁଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ସମସ୍ୟାକୁ ଲୋକଙ୍କ ସାମ୍ନାରେ ରଖି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।
ଆଜି ସକାଳୁ ବିଜେପି ମେୟର ପ୍ରାର୍ଥୀ ସୁନୀତା ମୁଣ୍ଡ୍ ଫରେଷ୍ଟ ପାର୍କରେ ପ୍ରଚାର କରିଛନ୍ତି । ସକାଳୁ ପ୍ରାତଃ ଭ୍ରମଣ ପାଇଁ ପାର୍କକୁ ଆସିଥିବା ଲୋକଙ୍କୁ ଭେଟିଛନ୍ତି । ସେହିଭଳି ବିଜେଡି ପକ୍ଷରୁ ଆଇଗେଣିଆ ଅଂଚଳରେ ବାଇକ୍ ରାଲି କରାଯାଇଛି । ଦଳୀୟ ପ୍ରାର୍ଥୀ ସୁଲଚନା ଦାସଙ୍କ ସହ ପ୍ରଚାରରେ ସାମିଲ ହୋଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।