ନନ୍ଦନକାନନରେ ପୁଣି ଅଚଳ ହେଲା ଟୟ ଟ୍ରେନ

ମାସେ ଧରି ବନ୍ଦ ରହିବାପରେ ଗତକାଲି ପର୍ଯ୍ୟଟକଙ୍କ ପାଇଁ ଚାଲିବା ଆରମ୍ଭ କରିଥିବା ଟୟ ଟ୍ରେନ୍ ଆଜି ଶେଷ ଟ୍ରିପ ସମୟରେ ନନ୍ଦନ କାନନ ଜଙ୍ଗଲ ମଧ୍ୟରେ ଅଟକି ଯାଇଥିଲା I ଫଳରେ ସେଥିରେ ବସିଥିବା ୨୨ ଜଣ ପର୍ଯ୍ୟଟକ ହଟହଟା ହୋଇଥିଲେ I ପରେ ପର୍ଯ୍ୟଟକଙ୍କୁ ବ୍ୟାଟେରୀ ଗାଡ଼ି ଯାଇ ଉଦ୍ଧାର କରିଥିଲା I ତେବେ ଏହି ଟୟ ଟ୍ରେନ୍ ଦୈନିକ ୬ଥର ଚାଲିବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ I
ସୂଚନା ଅନୁସାରେ ଗତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନ୍‌ର ଚାଲିବା ବ୍ୟବସ୍ଥା କରାଯାଇଥିଲା । ତେବେ ୧୫ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ୍ ଚାଲୁଥିବା ସମୟରେ ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା । ସେହି ଅଘଟଣ ବେଳେ ସେଥିରେ ୬୦ ଜଣ ପର୍ଯ୍ୟଟକ ଥିଲେ। ତେବେ ସୌଭାଗ୍ୟ ବଶତଃ ଟ୍ରେନ ଚାଳକ ବ୍ରେକ ମାରିବା ପରେ ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଯେଉଁ କାରଣରୁ ଏହି ବଡ଼ ଅଘଟଣରୁ ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। I
ତେବେ ଏହି ଦୁଇଟି ଘଟଣାକୁ ନନ୍ଦନକାନନ ଉପ ନିର୍ଦ୍ଦେଶକ ଏକ ଯାନ୍ତ୍ରିକ ତ୍ରୁଟି ବୋଲି କହିଛନ୍ତି I

Comments (0)
Add Comment