ମୟୂରଭଞ୍ଜରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ହିତାଧିକାରୀ ମାନଙ୍କୁ ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପ୍ରଥମେ ବାରିପଦା ଛଉ ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ । ସେଠାରୁ ସେ ସହିଦ ସ୍ମୃତି ଭବନରେ ପହଞ୍ଚିଥିଲେ ।ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ୪ ମିନିଟର ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହା ସହ ଡିଜିଟାଲ ମାଧ୍ୟମ ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନକରିଛନ୍ତି ମୁଖ୍ୟମନ୍ତ୍ରୀ I
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ଯେ, ‘ମୟୂରଭଞ୍ଜକୁ ଆସି ମୁଁ ବହୁତ ଖୁସି । ମୟୂରଭଞ୍ଜ ହେଉଛି କଳାର ଭୂମି, ରାଜ୍ୟକୁ ଗୌରାବାନ୍ୱିତ କରିଛି ମୟୂରଭଞ୍ଜ । ପାନୀୟ ଜଳ ଯୋଗାଇବା ଆମର ପ୍ରାଥମିକତା । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ ବୋଲି ନବୀନ କହିଛନ୍ତି । ଏହି କାର୍ଡ ଜରିଆରେ ଲୋକେ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ । ଆମ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ପରିବାର ପାଇଁ ୫ ଲକ୍ଷ ଓ ମା’ଙ୍କ ପାଇଁ ୧୦ ଲକ୍ଷର ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶର ଏକ ମାଇଲଖୁଣ୍ଟ ।

ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଉଦବୋଧନ ଦେବା ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ବରର ଟୁଡୁ, ଶକ୍ତି, ଉଦ୍ୟୋଗ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, କେନ୍ଦ୍ର ଜଳଶକ୍ତି ଓ ଉଦବୋଧନ ଦେଇଥିଲେ । ଶେଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଛନ୍ତି ।

Comments (0)
Add Comment