ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ; ଜଣେ ଜିତେ, ଆଉ ଜଣେ ଶିଖେ – ଧର୍ମେନ୍ଦ୍ର ପ୍ରଧାନ

ବିଜୟୀ ହୋଇଥିବା ଛାତ୍ର ନେତାମାନେ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ପରିବେଶକୁ ଠିକ୍ ଭାବରେ ବଜାୟ ରଖିବା ସହ ନିଜର ବ୍ୟକ୍ତିତ୍ୱକୁ ମଧ୍ୟ ଜଣେ ସଫଳ ଓ ଆଦର୍ଶ ଛାତ୍ରଛାତ୍ରୀ ଭାବରେ ଗଢ଼ିତୋଳିବେ ବୋଲି ବିଶ୍ୱାସ

ଭୁବନେଶ୍ୱର:ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ନେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସମ୍ପନ୍ନ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ଯୁବ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜଣେ ଜିତେ ଆଉ ଜଣେ ଶିଖେ । ଯେ, ବିଜୟୀ ହୋଇଥିବା ବିଜୟୀ ହୋଇଥିବା ଛାତ୍ର ନେତାମାନେ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ପରିବେଶକୁ ଠିକ୍ ଭାବରେ ବଜାୟ ରଖିବା ସହ ନିଜର ବ୍ୟକ୍ତିତ୍ୱକୁ ମଧ୍ୟ ଜଣେ ସଫଳ ଓ ଆଦର୍ଶ ଛାତ୍ରଛାତ୍ରୀ ଭାବରେ ଗଢ଼ିତୋଳିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।