ଖୋର୍ଦ୍ଧା ଜିଲ୍ଲାରେ କେବଳ କଣ୍ଟେନମେଣ୍ଟ ଅଞ୍ଚଳ ବାଦ ଅନ୍ୟ ଅଞ୍ଚଳ ରେ ସ୍କୁଲ ଖୋଲିବ

ରାଜ୍ୟରେ ଆସନ୍ତା ୨୫ ତାରିଖରୁ ୮ମ ଶ୍ରେଣୀରେ ପାଠ ପଢା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପରେ ପରିସ୍ଥିତି ଦେଖି ପର୍ଯ୍ୟାକ୍ରମେ ସମସ୍ତ ସ୍କୁଲ ଖୋଲାଯିବ ବୋଲି ଜଣାପଡିଛି । ତେଣୁ ବର୍ତ୍ତମାନ ସଂକ୍ରମଣ ରେ ସବୁଠାରୁ ଆଗୁଆ ତଥା ରେଡ ଜୋନ୍ ଅଂଚଳ ବୋଲି ପୁନର୍ବାର ଘୋଷିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ରେ ସ୍କୁଲ ଖୋଲିବ କି ନାହିଁ କଳ୍ପନା ଜଳ୍ପନା ଚାଲୁଥିଲା I ଯାହା ଜଣାପଡିଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଦେଇ କହିଛନ୍ତି କି, କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ ଏବଂ ଅନ୍ୟ ଅଂଚଳ ରେ ସବୁ ସ୍କୁଲ ଖୋଲାଯିବ। ତେବେ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ, ତେବେ ସ୍କୁଲ ବନ୍ଦ କରାଯାଇପାରେ I

Comments (0)
Add Comment