ଭାରତରେ ଚିହ୍ନଟ ହେଲେ ‘ଓମିକ୍ରନ୍‌’ ସଂକ୍ରମିତ

ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନ୍‌ ସଂକ୍ରମିତ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ରହିଛି ଏବଂ ସମସ୍ତେ ପୁରୁଷ । ଉଭୟଙ୍କୁ ବର୍ତମାନ ସାଙ୍ଗରୋଡ଼ ରଖାଯିବା ସହିତ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ସହଲିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି। ଉଭୟଙ୍କର ସାମାନ୍ୟ ଲକ୍ଷଣ ରହିଛି। ବିଶ୍ୱରେ ଏପର୍ଯ୍ୟନ୍ତ ଯେତୋଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି, ସେଥିରେ କୌଣସି ପ୍ରକାରର ଗମ୍ଭୀର ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କହିଛନ୍ତି।ଏପର୍ଯ୍ୟନ୍ତ ଭାରତକୁ ମିଶାଇ ୨୯ ଦେଶକୁ ମାଡି ସାରିଲାଣି ଓମିକ୍ରନ୍ ଭାରିଏଣ୍ଟ। ୨୯ ଦେଶରେ ମୋଟ ୩୭୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ କରୋନାର ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଓମିକ୍ରନ ୫ ଗୁଣା ଅଧିକ ବିପଦଜ୍ଜନକ। ଏହା ଖୁବ୍‌ ଦ୍ରୁତଗତିରେ ବ୍ୟାପିକା ଆଶଙ୍କା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଭାରିଏଣ୍ଟ ଅଫ୍‌ କନସର୍ଣ୍ଣ ଶ୍ରେଣୀରେ ରଖିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସେପଟେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଓମିକ୍ରନରୁ ବର୍ତ୍ତିବା ପାଇଁ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରାଇଛନ୍ତି ବିଶେଷଜ୍ଞ। ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଗହଳିକୁ ଯାଆନ୍ତୁନି ଏବଂ ନିଶ୍ଚିତ ଟିକା ନିଅନ୍ତୁ। ଭୟଭୀତ ହେବା ଆବଶ୍ୟକ ନାହିଁ। ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି।

Comments (0)
Add Comment