ନୂଆ ବର୍ଷ ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁ ମନ୍ତ୍ର

ନୂଆ ବର୍ଷ ର ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ଯେମିତି କୌଣସି ଲୋକ ବଞ୍ଚିତ ନହେବେ, ସେ ଦିଗରେ ଜନପ୍ରତିନିଧି ଅଧିକ ଗୁରୁତ୍ୱ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ସହ ରହି ଲୋକଙ୍କ ସୁଖଦୁଃଖରେ ସାଥୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏପଟେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ସହ ଭର୍ଚୁଆଲରେ ବୈଠକ କରିଛନ୍ତି ନବୀନ । ନବବର୍ଷର ଅଭିନନ୍ଦନ ଜଣାଇବା ସହ କୋଭିଡ୍‌ ମୁକାବିଲା ଉପରେ ଗୁରୁତ୍ୱ ଦେବାସହ ଆସନ୍ତା ୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା କିଶୋରଙ୍କ ଟୀକା କରଣ କୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି I

Comments (0)
Add Comment