ହରିୟାଣାରେ ପାହାଡ ଧସି ୪ ମୃତ,୧୫ ରୁ ଉର୍ଧ୍ଵ ଆହତ

ନୂଆବର୍ଷ ଆରମ୍ଭରେ ହରିୟାଣାର ଭିଓ୍ୱାନୀ ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ଜିଲ୍ଲାର କଦମ୍ ମାଇନିଂ ଜୋନରେ ପାହାଡ଼ର ଏକ ବିଶାଳ ଅଂଶ ଧସିଥିଲା। ଏହା ତଳେ ୧୫ରୁ ୨୦ଜଣ ଶ୍ରମିକ ଚାପି ହୋଇରହିଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଖଣି କାର୍ଯ୍ୟରେ ନିୟୋଜିତ ୧୦ ଟି ଗାଡ଼ି ମଧ୍ୟ ଧ୍ବଂସ ସ୍ତୁପ ମଧ୍ୟରେ ଦବି ରହିଛି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରି ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ମନ୍ତ୍ରୀ ଜେପି ଦଲାଲ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଖଣି ମଧ୍ୟରୁ ୪ଜଣଙ୍କ ମୃତ ଦେହ ଓ ୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି।

Comments (0)
Add Comment