• facebook
  • twitter
  • google_plus
  • Email

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ସତ୍ୟପାଠ ଦାଖଲ, କ୍ୟାବିନେଟ୍‌ରେ ଉପସ୍ଥାପିତ ହେବ ତଦନ୍ତ ରିପୋର୍ଟ

By Sujata Panda on April 8, 2025

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଓ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପାଇଁ ରୁଜୁ ମାମଲାରେ ସୋମବାର ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଦାଖଲ ସତ୍ୟପାଠରେ କ୍ୟାବିନେଟ୍‌ରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ କମିଶନଙ୍କ ରିପୋର୍ଟ ଦାଖଲ କରାଯିବ ବୋଲି ଦର୍ଶାଯାଇଛି। ସୋମବାର ହାଇକୋର୍ଟରେ ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏପରି ସତ୍ୟପାଠ ଦାଖଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ସତ୍ୟପାଠ ଆଧାରରେ ଆସନ୍ତା ମଇ ୧୫ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ ହାଇକୋର୍ଟରେ ପୃଥକ୍ ପୃଥକ୍ ସତ୍ୟପାଠ ଦାଖଲ କରାଯାଇଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ବିଶେଷକରି ରତ୍ନଭଣ୍ଡାର ଚାବି ହଜିବା ଓ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ପୃଥକ୍ ସତ୍ୟପାଠ ଦାଖଲ କରାଯାଇଥିବାରୁ ହାଇକୋର୍ଟ ଏହାର ସ୍ପଷ୍ଟକରଣ ମାଗିଥିଲେ। ସୂଚନାଥାଉକି ଉକ୍ତ ପ୍ରସଙ୍ଗରେ ୨୦୨୪ ମସିହା ଏପ୍ରିଲ୍ ୪ତାରିଖରେ ଦାଖଲ କରାଯାଇଥିବା ସତ୍ୟପାଠରେ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ୨୦୨୪ମସିହା ଜାନୁୟାରୀ ୨୯ତାରିଖରେ ରାଜ୍ୟ ସରକାର ହାଇକୋର୍ଟରେ ଅନ୍ୟ ଏକ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଗଠିତ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିିଁ ବୋଲି ପ୍ରସ୍ତାବ ରଖାଯାଇଛି ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ଏଣୁ ଏକା ପ୍ରସଙ୍ଗରେ ଉଭୟ ସତ୍ୟପାଠକୁ ନେଇ ଦ୍ୱନ୍ଦ୍ୱ ରହୁଥିବାରୁ ଏହାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିଶନଙ୍କ ରିପୋର୍ଟ କାହିିଁକି ସାର୍ବଜନୀନ କରାଯାଉନାହିିଁ ବୋଲି ଦର୍ଶାଇ ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ତଦନ୍ତ କମିଶନଙ୍କ ରିପୋର୍ଟରେ କି କି ତଥ୍ୟ ରହିଛି ସେ ସମ୍ପର୍କରେ ସାଧାରଣ ଲୋକଙ୍କର ଜାଣିବାର ଅଧିକାର ରହିଛି। କମିଶନ ନିମନ୍ତେ ଏଥିପାଇଁ ସରକାରୀ ରାଜକୋଷରୁ ଅର୍ଥ ବିନିଯୋଗ ହୋଇଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର କାହିଁକି କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରୁନାହାନ୍ତି ବୋଲି ମାମଲାରେ ଦର୍ଶାଯାଇଥିଲା। କୋର୍ଡ ଅଫ୍ ଇନ୍‌କ୍ୱାରୀ ଆଇନ ଅନୁସାରେ ରତ୍ନଭଣ୍ଡାର ଚାବି ହଜିବା ଓ ଜଷ୍ଟିସ୍ ରଘୁବୀର୍ ଦାସ ତଦନ୍ତ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାର ଆବଶ୍ୟକତା ରହିଛି ବୋଲି ରୁଜୁ ମାମଲାରେ ଦର୍ଶାଯାଇଥିଲା।

affidavit will be submittedIn case of loss of key of Ratnabhanda
  • News
  • State
Share
Related Posts

ଆମ ପାଖରେ ଅଛି ଯଥେଷ୍ଟ ତେଲ ମହଜୁଦ ଅଛି: ଯୋଗାଣ ମନ୍ତ୍ରୀ

ଜାତିଆଣ ଆକ୍ଷେପରୁ ଫୁଟିଲା ବୋମା, ପୁଣି ଅଶାନ୍ତ ହେଲା ଜଟଣୀ

ସିଏମ୍‌ସି ପାଇଁ ୧୨ଶହ ୬୮କୋଟିର ବଜେଟ୍

ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା: ଚତୁର୍ଥ କିସ୍ତି ପାଇବେ 1 କୋଟି ହିତାଧିକାରୀ

ପ୍ରଥମ ଥର ରାଜ୍ୟ ବାହାରେ ହେବ ‘ଓଡ଼ିଶା ଉତ୍ସବ’

ପାକିସ୍ତାନର ସେନା ମୁଖ୍ୟଙ୍କୁ ଭେଟିଲେ ସାଉଦି ଆରାବର ପ୍ରତିରକ୍ଷା ମନ୍ତ୍ରୀ

  • Home
  • Politics
  • World
  • Business
  • Economy
  • Opinion
  • Sports
View Desktop Version