ଭୁବନେଶ୍ୱର ରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ୨୮ରୁ ହେବ ବନ୍ଦ

ଆସନ୍ତା ୨୮ ରୁ ବନ୍ଦ ହେବ ଭୁବନେଶ୍ୱର ରେ ଥିବା ସମସ୍ତ କୋଭିଡ୍‌ କେୟାର ସେଣ୍ଟର। ଚଳିତ ମାସ ଫେବୃଆରୀ ଠାରୁ କରୋନା ସଂକ୍ରମଣ କମିଛି I ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଏକ ପଦକ୍ଷେପ ନେଇଛି। ସେହି ଅନୁସାରେ ଭୁବନେଶ୍ୱରରେ ରେ ଥିବା ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ ଯଥା ହାଇଟେକ ଓ କିମ୍‌ସ ମେଡିକାଲ୍‌କୁ କ୍ଲୋଜର ନୋଟିସ୍‌ ଦେଇଛି ବିଏମ୍‌ସି। ସମ୍‌ ଓ ଅଶ୍ୱିନୀରେ ବେଡ୍‌ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍‌ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ। ଭୁବନେଶ୍ୱରରେ ୨୮ ତାରିଖରୁ ବନ୍ଦ ହେବ ସମସ୍ତ କୋଭିଡ୍‌ କେୟାର ସେଣ୍ଟର। କୋଭିଡ୍‌ ସ୍ଥିତିରେ ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ପଦକ୍ଷେପ ନେଇଛି।