୯ ମାସ ମଧ୍ୟରେ ୯ମ ଶ୍ରେଣୀ ଛାତ୍ର ହେଲେ କୋଟିପତି

ବାଲେଶ୍ୱର ଜିଲ୍ଲା ର ବାଲେଶ୍ୱର ସହରସ୍ଥ ଗୁଡ଼ିପଦା ର ଛାତ୍ର ଆୟୁଷ୍ମାନ କରୋନା ର ଲକଡାଉନ ସମୟରେ ଘରେ ରହି ହୋଇପାରିଛନ୍ତି କୋଟିପତି I ବାଲେଶ୍ୱର ସେଣ୍ଟ ଥୋମାସ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ଛାତ୍ର ଜଣକ ଅନଲାଇନ ଗେମିଙ୍ଗ କ୍ରାଉଡ୍-୧ କମ୍ପାନୀରେ ଆଫିଲିଏଟ୍ ମାର୍କେଟିଂ ଜରିଆରେ କୋଟିଏରୁ ଅଧିକ ଟଙ୍କା ଆୟ କରିଛନ୍ତି I
ଏ ନେଇ ଆୟୁଷ୍ମାନ କହିଛନ୍ତି ଯେ ସେ କ୍ରାଉଡ୍-୧ରେ ୯ଜହାର ଟଙ୍କା ଦେଇ ଆରମ୍ଭ କରିଥିଲେ। ଆଉ ପ୍ରଥମ ଦିନରେ ତାଙ୍କୁ ୨୫୦୦ ଟଙ୍କାର ଲାଭ ହୋଇଥିଲା। ଏହିଭଳି ଭାବେ ମାସେ ଭିତରେ ପାଖାପାଖି ୩୦ହଜାର ଟଙ୍କା ଆୟ କରିଥିଲେ। ଏବେ ତାଙ୍କ ଅଧୀନରେ ସାଢ଼େ ୪ ହଜାରରୁ ଅଧିକ ଇଣ୍ଡିପେଣ୍ଡେଣ୍ଟ ଆଫିଲିଏଟ୍ ଅଛନ୍ତି। ସେ ଏକ ନମ୍ବର ସ୍ଥାନ ଦଖଲ କରିଥିବା କହିଛନ୍ତି।
ତେବେ ଆୟୁଷ୍ମାନ ଜଣେ ସାର୍ଟିଫାଏଡ୍ ଗେମ୍ ଡେଭଲପର୍। କ୍ରାଉଡ୍-୧ରେ ଗେମିଂ, ଗ୍ୟାମ୍ବଲିଂ, ବୁକିଂ, ଶିକ୍ଷା, ଲାଇଫ୍ ଷ୍ଟାଇଲ, ଟ୍ରାନଜାକ୍ସନ ଭଳି ଅନେକ ସୁବିଧା ରହିଛି। ଆୟୁଷ୍ମାନ ଆଗାମୀ ଦିନରେ ଜଣେ ବଡ଼ ବ୍ୟବସାୟୀ ହେବାକୁ ଆଶା ରଖିଛନ୍ତି। ଓଲିଉଡ ସିଙ୍ଗର ଶାନ୍ତନୁ ନାୟକ ହିଁ ଆୟୁଷ୍ମାନଙ୍କୁ ଆଫିଲିଏଟ୍ ମାର୍କେଟିଂରେ ସାମିଲ୍‌ ହେବାକୁ ପରାମର୍ଶ ଦେଇଥିଲେ। ଏବଂ ଏହି ସୁ ପରାମର୍ଶ ଆଜି ତାଙ୍କ ଭାଗ୍ୟ ବଦଳାଇ କୋଟିପତି କରିପାରିଛି I

(ଫୋଟୋ ସୌଜନ୍ୟ :ଗୁଗୁଲ)

Comments (0)
Add Comment