ଝଗଡା କରି ଘର ଛାଡିଲେ ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ

ଘର ଛାଡିଲେ ଇମ୍ରାନ ଙ୍କ ତୃତୀୟ ପତ୍ନୀ I ଇମ୍ରାନଙ୍କ ସହ ଝଗଡ଼ା ପରେ ତାଙ୍କର ତୃତୀୟ ପତ୍ନୀ ବୁସ୍ରା ବିବି ମାନେକା ତାଙ୍କୁ ଛାଡ଼ି ଲାହୋର ପଳାଇ ଯାଇଛନ୍ତି । ବୁସ୍ରା ଏବେ ଲାହୋରରେ ଥିବା ତାଙ୍କ ସାଙ୍ଗ ସହିତ ରହୁଛନ୍ତି। ବୁସ୍ରା ଇମ୍ରାନଙ୍କଠାରୁ ବୟସରେ ୨୫ ବର୍ଷ ସାନ ହୋଇଥିବା ବେଳେ ଦୁହେଁ ୨୦୧୮ରେ ବିବାହ କରିଥିଲେ ।
ଇମ୍ରାନ ଖାଁ ୩ ତି ବିବାହ କରିଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ପତ୍ନୀ ତାଙ୍କୁ ଛାଡି ଚାଲି ଯାଉଛନ୍ତି I ପ୍ରଥମେ ୧୯୯୫ରେ ଇମ୍ରାନ ବ୍ରିଟିଶ ସୁନ୍ଦରୀ ଜେମିମା ଗୋଲ୍ଡସ୍ମିଥଙ୍କୁ ବିବାହ କରିଥିଲେ । ମାତ୍ର ୨୦୨୪ରେ ଦୁହିଁଙ୍କ ବିଚ୍ଛେଦ ଘଟିଥିଲା । ତା’ପରେ ଇମ୍ରାନ ସାମ୍ବାଦିକI ରେହମ୍ ଖାଁନଙ୍କୁ ୨ୟ ବିବାହ କରିଥିଲେ ହେଁ ମାତ୍ର ୮ ମାସ ପରେ ସେମାନଙ୍କର ଡିଭୋର୍ସ ଏହI ପରେ ନିଜ ଠାରୁ ୨୫ ସାନ ବୁସ୍ରା ବିବି ଙ୍କୁ ଇମ୍ରାନ ୨୦୧୮ରେ ବିବାହ କରିଥିଲେ I କିନ୍ତୁ ଏହି ଘଟଣାକୁ ଇମ୍ରାନଙ୍କ ସହାୟକ ଶାହବାଜ ଗିଲ ଏହାକୁ ସଂପୂର୍ଣ୍ଣ ଭାବେ ଖାରଜ କରିବା ସହିତ ଯିଏ ଏହି ଖବର ପ୍ରଚାର କରିଛି ତାଙ୍କ ବିରୋଧରେ କୋର୍ଟରେ ମାମଲା ଦାଏର କରିଛନ୍ତି।
ପାକିସ୍ତାନର ନ୍ୟୁଜ ୱେବସାଇଟ୍ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଶନିବାର ଦିନ ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ, ବୁସ୍ରା ବିବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଝଗଡା କରିଛନ୍ତି ଏବଂ ତାଙ୍କ ବନ୍ଧୁ ଫରାହ ଖାନଙ୍କ ଘରେ ରହିବାକୁ ବାନି ଗାଲା ରୁ ଲାହୋର ଯାଇଛନ୍ତି।