ଇମ୍ରାନ ଖାନ ଙ୍କୁ ଗ୍ରାସିଲାଣି ପରମାଣୁ ଯୁଦ୍ଧ ର ଡର, ଭାରତ ବିରୋଧରେ କଲେ ବିଷୋଦ୍ଗାର

ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଙ୍କ ଆଉ ଏକ ବାଚାଳାମି I ଅଲ ଜଜିରା ଟେଲିଭିଜନ କୁ ସାକ୍ଷାତକାର ଦେଇ କହିଛନ୍ତି କି ,କାଶ୍ମୀର ପ୍ରସଙ୍ଗ ନେଇ ଭାରତ ଓ ପାକିସ୍ଥାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଇପାରେ ବୋଲି ତାଙ୍କୁ ଭୟ ଲାଗୁଛି I
ବିଜେପି ସରକାରକୁ ଏକ ଫାସିଷ୍ଟ ସରକାର ବୋଲି ଆଖ୍ୟା ଦେଇ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ରେ ସେହି ପୁରୁଣା କଥା ବଖାଣିଛନ୍ତି Iଇମ୍ରାନ ଖାନ କହିଛନ୍ତି ଯେ କାଶ୍ମୀର ଏକ ଜେଲ ପରି ଏବଂ ସେଠାରେ ରହୁଥିବା ଆଠ ଲକ୍ଷ କାଶ୍ମୀରବାସୀ ଖୋଲା ଜେଲରେ ରହିବାକୁ ବାଧ୍ୟ ହେଉଛନ୍ତି । ଇମ୍ରାନ କହିଛନ୍ତି ଯେ ଆମେ ପ୍ରତ୍ୟେକ ଫୋରମରେ କାଶ୍ମୀର ପ୍ରସଙ୍ଗ ଉଠାଇବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିର ଫାସିଷ୍ଟ ସରକାର ଭାରତ ଏବଂ କାଶ୍ମୀର ଅଞ୍ଚଳ ପାଇଁ ବିପଜ୍ଜନକ ଏବଂ ବିଜେପିର ନୀତି ଯୋଗୁଁ ପାକିସ୍ତାନ-ଭାରତ ଆଣବିକ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ସେ ଆଶଙ୍କା କରୁଛନ୍ତି। ସେହି ପରି ପୂର୍ବର ଦୁଇ ପ୍ରଧାନ ମନ୍ତ୍ରୀ ବେନଜିର ଭୁଟ୍ଟୋ ଏବଂ ନୱାଜ ସରିଫଂ ସରକାର ଙ୍କ ବିରୋଧରେ ମଧ୍ୟ କାଟୁ ମନ୍ତବ୍ୟ ଦେଇ କହିଛନ୍ତି କି ଏହି ଦୁଇ ସରକାର ଅମଳରେ ଦୁର୍ନୀତି କୁ ଅଧିକ ପ୍ରୋତ୍ସାହନ ଦିଆଯିବା ସହିତ ପାକିସ୍ଥାନ କୁ ବର୍ବାଦ କରିବାକୁ ପଛାଇ ନାହାନ୍ତି I ପୂର୍ବରୁ ପାକିସ୍ଥାନ ରେ ସମୃଦ୍ଧିଶାଳୀ ଦେଶ ଥିଲା କିନ୍ତୁ ନୱାଜ ସରିଫଂ ପରିବାର ଏହାର ଅପ ବ୍ୟବହାର କରି ପାକିସ୍ତାନ କୁ ଧ୍ବଂସ କରିଦେଇଛନ୍ତି Iଏହା ସହିତ ସେ କହିଛନ୍ତି ଭ୍ରଷ୍ଟଚାର ଦେଶ କୁ ବର୍ବାଦ କରିଥାଏ I କେବଳ ସମ୍ବଳ ର ଅଭାବ ନୁହେ ଭ୍ରଷ୍ଟାଚାର ଯୋଗୁଁ ଦେଶ ଗରିବ ହୋଇଥାଏ I

Comments (0)
Add Comment